ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ଓ କାଠଯୋଡିରେ ବଢୁଛି ଜଳସ୍ତର

Published By : Prameya-News7 Bureau | August 09, 2024 IST

କଟକ ୯: ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ଓ କାଠଯୋଡିରେ ବଢୁଛି ଜଳସ୍ତର । ସଂଧ୍ଯାରେ ମୁଣ୍ଡଳୀ ଦେଇ ମହାନଦୀକୁ ୪ ଲକ୍ଷ ୯୮ ହଜାର ୩୪୪ ଘନଫୁଟ ପ୍ରବାହିତ ହେଉଛି । ସେହିଭଳି ନରାଜ ଦେଇ କାଠଯୋଡିକୁ ୨ ଲକ୍ଷ ୫୪ ହଜାର ୬୪୫ ଘନଫୁଟ ଜଳ ପ୍ରବାହିତ  ହେଉଛି । ସକାଳ ୯ଟା ରେ ମୁଣ୍ଡଳୀ ଦେଇ ମହାନଦୀରେ ପ୍ରବାହିତ ହେଉଥିଲା ୫ ଲକ୍ଷ ୬୮ ହଜାର ୭୮୦ ଘନଫୁଟ ଜଳ । ସେହିଭଳି ନରାଜ ଦେଇ କାରଯୋଡିରେ ପ୍ରବାହିତ ହେଉଥିଲା । ୨ ଲକ୍ଷ ୫୪ ହଜାର ୬୪୫ ଘନଫୁଟ ଜଳ । ମହାନଦୀରେ ଜଳସ୍ତର ବଢିବା ଫଳରେ କଟକ ଜିଲ୍ଲାର ବାଙ୍କୀ ଓ ତିଗିରିଆର କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ତେବେ ତଳି ଅଞ୍ଚଳ ଲୋକ ମାନଙ୍କୁ ସତର୍କ ରହିବାକୁ କହିବା ସହ ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

You Can Read:

ଲଗାଣ ବର୍ଷାରେ ଭାଙ୍ଗିଲା ରେଙ୍ଗାଲି ଦକ୍ଷିଣ କେନାଲର କଂକ୍ରିଟ୍ ବନ୍ଧର ବାଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.