ନୂତନ ଶିକ୍ଷା ନୀତିରେ ୪ ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମକୁ ଏଆଇଡିଏସଓର ବିରୋଧ

Published By : Prameya-News7 Bureau | October 29, 2024 IST

କଟକ ୨୯।୧୦: ନୂତନ ଶିକ୍ଷା ନୀତିରେ ଚାରି ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମକୁ ବିରୋଧ କରିଛି ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ୍ ୟୁନିୟନ ବା ଏଆଇଡିଏସଓ । ମଙ୍ଗଳବାର କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ଏଆଇଡିଏସଓ ପକ୍ଷରୁ ଚାରି ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ଓ ନୂତନ ଶିକ୍ଷା ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୂତନ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଆଯିବା ପାଇଁ ଯୋଜନା ହେବା ସହ ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦିଆଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ଆଣିଛି ଏଆଇଡିଏସଓ । ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ସ୍ନାତକ ପାଠ୍ୟକ୍ରମକୁ ଚାରି ବର୍ଷିଆ କରିବା ଅପରିଣାମଦର୍ଶିତାର ପରିଚୟ ବୋଲି କହିଛି ଏଆଇଡିଏସଓ ।

You Can Read:

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଗନ୍ଦିଆ ବ୍ଲକ୍ ଅଧ୍ୟକ୍ଷା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.