ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଗନ୍ଦିଆ ବ୍ଲକ୍ ଅଧ୍ୟକ୍ଷା

Published By : Prameya-News7 Bureau | October 29, 2024 IST

ଭୁବନେଶ୍ବର ୨୯।୧୦: ବିଜେପିରେ ସାମିଲ ହେଲେ ବ୍ଲକ୍ ଅଧ୍ୟକ୍ଷା । ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ବିଜେପିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନ ଠାରେ ବିଜେପିରେ ମିଶିଛନ୍ତି । ତାଙ୍କ ସହ ପ୍ରାୟ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଦଳ ଛାଡ଼ିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ । ସେ ଅଭିଯୋଗ କରିଛନ୍ତି, ଦଳ ପରାଜୟ ପରେ ଆଉ ଲୋକଙ୍କ ସହ ରହୁନାହାନ୍ତି । ମୁଁ ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇଥିଲି କିନ୍ତୁ ସେ ଆସୁନାହାନ୍ତି କି କିଛି ଶୁଣୁ ନାହାନ୍ତି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ସେପଟେ ମନ୍ତ୍ରୀ କହିଛନ୍ତି ରୀନା ରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ । ସକାଳେ ରୀନା ରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା ।

You Can Read:

ଲିଙ୍ଗରାଜ ମନ୍ଦିରରେ ଶିଳ୍ପା ସେଟ୍ଟୀଙ୍କ ସହ ଫଟୋ ଭାଇରାଲ୍ : ମନ୍ଦିର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.