ବାହାନଗା ଟ୍ରେନ୍ ଟ୍ରାଜେଡି : ଭୁବନେଶ୍ଵର ଏମ୍ସରେ ସଂରକ୍ଷିତ ଅବସ୍ଥାରେ ରହିଛି ୪୧ ଶବ

Published By : Prameya-News7 Bureau | July 22, 2023 IST

ଭୁବନେଶ୍ବର ୨୨।୭: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଭୁବନେଶ୍ଵର ଏମ୍ସରେ ୪୧ଟି ଶବ ସଂରକ୍ଷିତ ଅବସ୍ଥାରେ ରହିଛି । ଶବ ହସ୍ତାନ୍ତର କରାଯିବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସେ ଆହୁରି କହିଛନ୍ତି, ଲୋକ ନିଜ ସମ୍ପର୍କୀୟଙ୍କ ଶବ ନେବା ପାଇଁ ଆସିଲେ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଉଛି । ଡିଏନଏ ମ୍ୟାଚ୍ କଲେ ଶବ ହସ୍ତାନ୍ତର କରାଯାଉଛି । ଏହା ଏକ ନିରନ୍ତର ପ୍ରକ୍ରିୟା । ଏବେ କମ୍ ଲୋକ ଆସୁଛନ୍ତି । ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ଆସୁଛନ୍ତି । ଶବ ଚିହ୍ନଟ ହୋଇପାରୁଛି । କିନ୍ତୁ ଲୋକ ନେବା ପାଇଁ ଆସୁନାହାନ୍ତି । ଶବ ହସ୍ତାନ୍ତର ସଂପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି । ଶବ ଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ । ବର୍ତ୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି ।

wp:embed {"url":"https://www.prameyanews7.com/railway-minister-ashwini-vaishnaw-said-lapses-in-signaling-circuit-alteration-caused-odisha-train-accident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/railway-minister-ashwini-vaishnaw-said-lapses-in-signaling-circuit-alteration-caused-odisha-train-accident/
/wp:embed

ସେପଟେ ଶୁକ୍ରବାର ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କହିଥିଲେ ସରକାର । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଏହାର ବିବରଣୀ ପ୍ରଦାନ କରିଥିଲେ । ସିଗନାଲ୍ ପାଇଁ ଏବେ ବଡ଼ ରେଳ ଦୁର୍ଘଟଣା ଘଟିଛି । ସିଗନାଲିଂ-ସର୍କିଟ୍-ପରିବର୍ତ୍ତନରେ ତ୍ରୁଟି  ପାଇଁ ଭୁଲ୍ ସିଗନାଲ ଦିଆଯାଇଥିଲା । ଫଳରେ ବାଲେଶ୍ବର ଜିଲ୍ଲାରେ ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଅଘଟଣରେ  ୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟସଭାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ,  ଗତ ୫ ବର୍ଷରେ ସିଗନାଲ୍ ଫେଲ୍ ର ୧୩ଟି ମାମଲା ସାମ୍ନାକୁ ଆସିଛି । ହେଲେ ଇଲେକ୍ଟ୍ରିକ୍ ସିଗନାଲ୍ ପ୍ରଣାଳୀରେ ଗୋଟିଏ ବି କେସ୍ ସାମ୍ନାକୁ ଆସିନାହିଁ ।

wp:embed {"url":"https://www.prameyanews7.com/three-accused-sent-to-jail-after-remand-over-on-bahanaga-train-tragedy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-accused-sent-to-jail-after-remand-over-on-bahanaga-train-tragedy/
/wp:embed

ପ୍ରଥମ ଥର ପାଇଁ ରେଳ ମନ୍ତ୍ରୀ ରାଜ୍ୟସଭାରେ ରେଳ ସୁରକ୍ଷା ଆୟୁକ୍ତର ରିପୋର୍ଟକୁ ପ୍ରକାଶ କରିଛନ୍ତି । ସିଗନାଲିଂ-ସର୍କିଟ୍-ପରିବର୍ତ୍ତନ ଫଲ୍ଟ ଏବଂ ଇଲେକ୍ଟ୍ରିକ୍ ଲିଫ୍ଟିଙ୍ଗ ବ୍ୟାରିଅରର ସ୍ଥାପନ ସମ୍ବଦ୍ଧିତ ସିଗନାଲ୍ କାର୍ଯ୍ୟ ଫେଲ୍ ଯୋଗୁଁ ପଛରୁ ଟ୍ରେନ୍ ଧକ୍କା ହୋଇଥିଲା । ଫଳରେ ଟ୍ରେନ୍ ସଂଖ୍ୟା ୧୨୮୪୧କୁ ଭୁଲ୍ ସିଗନାଲ୍ ମିଳିଥିଲା ଏବଂ ଲୁପ୍ ଲାଇନ୍ରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା । ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ରିପୋର୍ଟ ଦେଇଥିଲେ । 

wp:embed {"url":"https://www.prameyanews7.com/cbi-intorogate-four-suspended-railway-employees-in-baranga-ps/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cbi-intorogate-four-suspended-railway-employees-in-baranga-ps/
/wp:embed

ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମ୍ସରେ ରହିଛି ।

You Can Read :

wp:embed {"url":"https://www.prameyanews7.com/unique-incident-happen-in-jajpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unique-incident-happen-in-jajpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.