ନୂଆଦିଲ୍ଲୀ ୦୬।୧୧: ଜଣେ ଏୟାର ହୋଷ୍ଟେସଙ୍କ ଜୀବନ କେମିତି ହୋଇଥାଏ ? ଲୋକମାନେ ଏହା ଜାଣିବାକୁ ବହୁତ ଆଗ୍ରହୀ । ସାଧାରଣତଃ ସେମାନଙ୍କର କାମ ଗ୍ଲାମରସ୍ ଭାବରେ ବିବେଚନା କରାଯାଏ, କିନ୍ତୁ ତା ନୁହେଁ । ତାଙ୍କୁ କିପରି ଟ୍ରେନିଂ ଦିଆଯାଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।
ସବୁବେଳେ ଏୟାର ହୋଷ୍ଟେସ୍ ପ୍ଲେନରେ ଯାତ୍ରୀଙ୍କ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥାଏ । ସେ ଲୋକଙ୍କର ଆବଶ୍ୟକୀୟ ଜିନିଷ ତାଙ୍କୁ ଯୋଗାଇଥାନ୍ତି । କିନ୍ତୁ ଜଣେ ଏୟାର ହୋଷ୍ଟେସର କାମ କେବଳ ଏତିକି ନୁହେଁ । କେବଳ ସାଧାରଣ ପରିସ୍ଥିତିରେ ଏପରି ହୋଇଥାଏ ।
ପ୍ରତ୍ୟେକ ଜରୁରୀକାଳୀନ ପରିସ୍ଥିତି ପାଇଁ ଏୟାର ହୋଷ୍ଟେସ୍ ରହିଥାନ୍ତି ପ୍ରସ୍ତୁତ । ଏହା ମେଡିକାଲ ଏମର୍ଜେନ୍ସି ହେଉ କିମ୍ବା ଆତଙ୍କୀ ଆକ୍ରମଣ । ଏଥିପାଇଁ ଏୟାର ହୋଷ୍ଟେସଙ୍କୁ ଦିଆଯାଏ ଟ୍ରେନିଂ। ସେମାନଙ୍କୁ ଲୋକଙ୍କର ଲାଇଫ୍ ସପୋର୍ଟ କରିବା କାମ ଶିଖାଯାଏ । ଯେଉଁ କାରଣରୁ ସେମାନେ ଲୋକଙ୍କୁ ଜରୁରୀକାଳୀନ ଅବତରଣ କରାଇପାରିବେ ।
ଏହାବ୍ୟତୀତ ଆତଙ୍କବାଦୀ ଆକ୍ରମଣ କିମ୍ବା ହାଇଜ୍ୟାକ୍ ଭଳି ସ୍ଥିତିରେ ଧର୍ଯ୍ୟର ସହ ରହିବାକୁ ତାଲିମ ଦିଆଯାଏ । ଏୟାର ହୋଷ୍ଟେସଙ୍କୁ ଟ୍ରେନିଂରେ ବୋମା ନିଷ୍କ୍ରିୟ କରିବାକୁ ଶିକ୍ଷା ଦିଆଯାଏ । ଯଦି ଏପରି କିଛି ସ୍ଥିତି ଉପୁଜେ ତେବେ ଏୟାର ହୋଷ୍ଟେସ୍ ପ୍ଲେନ୍ରେ ବୋମା ନିଷ୍କ୍ରିୟ କରିପାରିବେ ।
ଏହାବ୍ୟତୀତ ଜରୁରୀକାଳୀନ ଅବତରଣ ଏବଂ ଦୁର୍ଘଟଣା ପରି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଭୟଭୀତ ନକରି ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ତାଲିମ ଦିଆଯାଏ ଏୟାର ହୋଷ୍ଟେସ୍ଙ୍କୁ ।