ମହାରାଷ୍ଟ୍ରରେ ପୁଣି ହେବ ଖେଳ ? ଶରଦ ପାୱାର ଏବଂ ଅଜିତ୍‌ଙ୍କ ମଧ୍ୟରେ ସିକ୍ରେଟ୍ ମିଟିଂ, ବ୍ୟବସାୟୀଙ୍କ ବଙ୍ଗଳାରେ କଲେ ବୈଠକ

Published By : Prameya-News7 Bureau | August 12, 2023 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପୁଣି ଥରେ ନୂତନ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳୁଛି । ଏନସିପି ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ମଧ୍ୟରେ ଶନିବାର ଏକ ଗୁପ୍ତ ବୈଠକ ହୋଇଛି । ଏହି ମିଟିଂରେ ବ୍ୟବସାୟୀ ଅତୁଲ ଚୋର୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହି ବୈଠକ ତାଙ୍କରି ବଙ୍ଗଳାରେ ହୋଇଛି । ଏହି ବୈଠକରେ ଦାଦା-ପୁତୁରା ମଧ୍ୟ କଣ କଣ ଆଲୋଚନା ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ସାମନାକୁ ଆସି ନାହିଁ । କିନ୍ତୁ ଦୁହେଁ ଦୀର୍ଘ ସମୟ ଯାଏ ଆଲୋଚନା କରିଥିଲେ ।

ପଢନ୍ତୁ: ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ୱିଟ୍ ପରେ ବିଜେପି ନେତାଙ୍କ ଚେତାବନୀ, କହିଲେ-ପ୍ରମାଣ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ ନେବୁ

ତେବେ ସୂତ୍ର ଅନୁସାରେ, ଶରଦ ପାୱାର ଏବଂ ଅଜିତ୍ ପାୱାରଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଯାଏ ବୈଠକ ଚାଲିଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ ମାସ ଆରମ୍ଭରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଥିଲା । ସେତେବେଳେ ଏନସିପି ନେତା ବିଦ୍ରୋହ କରିଥିଲେ । ଏନସିପି ବିଧାୟକଙ୍କୁ ନେଇ ସେ ମହାରାଷ୍ଟ୍ରର ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅନ୍ୟ ବରିଷ୍ଠ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆସନ୍ତା ଦିନରେ ମହାରାଷ୍ଟ୍ରରେ କ୍ୟାବିନେଟ୍ ସଂପ୍ରସାରଣ ହୋଇପାରେ ।

ଦାଦା-ପୁତୁରା ମଧ୍ୟରେ ଏହି ବୈଠକ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ଉପରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାଟ ଟିପ୍ପଣୀ କରିଛନ୍ତି । ସେ ବୟାନ ଦେଇ କହିଛନ୍ତି, 'ଦୁଇ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଉଗ୍ର ରୂପ ଅପଣାଇବେ ନାହିଁ' । ଅନ୍ୟପଟେ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ନାଲା ପଟେଲ ଏହି ବୈଠକ ଉପରେ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ଯିଏ ବିଜେପି ବିରୋଧରେ ଲଢିବାକୁ ପ୍ରସ୍ତୁତ ଅଛି, ତାକୁ ଆମେ ନିଜ ସହ ନେବୁ । ଶରଦ ପାୱାରଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ ।

Also read: ଗରିବଙ୍କ କଷ୍ଟ ବୁଝିବା ପାଇଁ ମୋତେ ବହି ଖୋଜିବାର ଆବଶ୍ୟକତା ପଡ଼େ ନାହିଁ : ପିଏମ୍ ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.