ମୁମ୍ୱାଇ: ଏନସିପି ଲଢେଇ ଏବେ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଛି । ଅଜିତ୍ ପାୱାରଙ୍କ ଗୋଷ୍ଠୀ ତାଙ୍କ ସମର୍ଥିତ ବିଧାୟକ ଏବଂ ସାଂସଦଙ୍କ ୪୦ରୁ ଅଧିକ ସତ୍ୟପାଠ ଦାଖଲ କରିଛନ୍ତି । ଦାଦା-ପୁତୁରାଙ୍କ ଏହି ଲଢେଇରେ ଅଜିତ୍ ପାୱାର ଏନସିପି ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏହାସହ, ଏନସିପିର ନିର୍ବାଚନ ଚିହ୍ନ ଉପରେ ଦାବି କରିଛନ୍ତି । ନିର୍ବାଚନ ଆୟୋଗର ସୂତ୍ର ଅନୁସାରେ ଶରଦ ପାୱାରଙ୍କ ଗୋଷ୍ଠୀ ମଧ୍ୟ ଆୟୋଗ ଆଗରେ ଏକ ଯାଚିକା ଦାୟର କରି ଅନୁରୋଧ କରିଛନ୍ତି ଯେ ବିବାଦ ଉପରେ କୌଣସି ରାୟ ଦେବା ପୂର୍ବରୁ ତାଙ୍କ କଥା ଶୁଣାଯିବା ଦରକାର ।
ନିର୍ବାଚନ ଆୟୋଗ ଆସନ୍ତା ଦିନରେ ଯାଚିକାଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଉଭୟ ପକ୍ଷକୁ ଦସ୍ତାବିଜର ଆଦାନ ପ୍ରଦାନ ପାଇଁ କୁହାଯାଇପାରେ । ୧୯୯୯ ମସିହାରେ ଶରଦ ପାୱାରଙ୍କ ଦ୍ୱାରା ସ୍ଥାପିତ ଏନପିସି ରବିବାର ବିଭାଜିତ ହୋଇଥିଲା । ଅଜିତ୍ ପାୱାର ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରି ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟ ସରକାରରେ ସାମିଲ ହୋଇଥିଲେ ।
wp:html/wp:htmlMaharashtra | NCP leaders of Ajit Pawar faction being taken to a hotel in a bus, after their meeting at MET Bandra in Mumbai. pic.twitter.com/jdos9Fz4XE
— ANI (@ANI) July 5, 2023
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଦ୍ୱାରା ବୁଧବାର ମୁମ୍ୱାଇରେ ଆୟୋଜନ କରଯାଇଥିବା ଏନସିପିର ବୈଠକରେ ପାର୍ଟିର ୫୩ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ସାମିଲ ହୋଇଥିଲେ । ସୂତ୍ର ଅନୁସାରେ ଏହି ସଂଖ୍ୟା ଆହୁରି ବଢିପାରେ । ଅଜିତ୍ ପାୱାରଙ୍କୁ ଅଯୋଗ୍ୟାରୁ ବଞ୍ଚିବାକୁ ହେଲେ ଅତି କମରେ ୩୬ ବିଧାୟକଙ୍କ ସମର୍ଥନ ଦରକାର ।
Also Read: ମହାରାଷ୍ଟ୍ର ହାଇଡ୍ରାମା; ବିଦ୍ରୋହ ପଛରେ ନିଜେ ଏନସିପି ମୁଖ୍ୟ, ଇସାରାରେ କହିଲେ ରାଜ୍ ଠାକରେ