ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଲ୍ ଇଣ୍ଡିଆ ଉଲେମା ବୋର୍ଡ ମହାରାଷ୍ଟ୍ର ବିକାଶ ଅଘାଡିକୁ ସମର୍ଥନ ଦେବା ପାଇଁ ୧୭ଟି ଦାବି ରଖିଛି । ଯେଉଁଥିରେ ୱାକଫ୍ ବିଲ୍କୁ ବିରୋଧ, ନିଯୁକ୍ତି ଏବଂ ଶିକ୍ଷାରେ ୧୦ ପ୍ରତିଶତ ମୁସଲିମ୍ ସରଂକ୍ଷଣ, ଇମାମ୍ ଏବଂ ମୌଲାନାଙ୍କୁ ମାସିକ ୧୫୦୦୦ ଟଙ୍କା ଭତ୍ତା, ସରକାର ଗଢିବା ପରେ ଆରଏସ୍ଏସ୍ ଉପରେ ବ୍ୟାନ୍ ପରି ସର୍ତ୍ତ ରହିଛି । ଏହା ଉପରେ ଅଲ୍ ଇଣ୍ଡିଆ ଉଲେମା ବୋର୍ଡ, ମହାରାଷ୍ଟ୍ରର ଅଧ୍ୟକ୍ଷ ନାୟାବ ଅଂସାରୀ ଏମଭିଏକୁ ଚିଠି ଲେଖିଛନ୍ତି । କଂଗ୍ରେସ ଏବଂ ଏନସିପି (ଶରଦ ପାୱାର) ସବୁ ସର୍ତ୍ତ ମାନି ନେଇଛନ୍ତି ଏବଂ ଉଲେମା ବୋର୍ଡର ନେତାଙ୍କୁ ନିର୍ବାଚନରେ ପ୍ରଚାର ପାଇଁ ଆମନ୍ତ୍ରିତ କରିଥିବା ଟିଭି 9 ହିନ୍ଦୀ ଡଟ୍ କମ୍ ରିପୋର୍ଟରେ କହିଛି ।
Mumbai: Maharashtra's All India Ulema Board has set conditions for supporting the MVA.
— IANS (@ians_india) November 9, 2024
The Ulema Board sent a letter to Uddhav Thackeray, Sharad Pawar, and Nana Patole with 17 demands. pic.twitter.com/l1fARUUWqY
ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଉଲେମା ବୋର୍ଡକୁ ଚିଠିର ଜବାବ ଦେଇଛନ୍ତି । ଚିଠିରେ ପିସିସି ଅଧ୍ୟକ୍ଷ କହିଛନ୍ତି ଯେ ଉଲେମା ବୋର୍ଡର ଏକ ବୟାନ ମିଳିଛି । ଏଥିରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଆମକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଥିବା କୁହାଯିବା ସହ ୧୭ ଦାବି ରହିଛି । ନାନା ପଟୋଲେ ଚିଠିର ଜବାବରେ ଲେଖିଛନ୍ତି, ମହାରାଷ୍ଟ୍ରରେ ଇଣ୍ଡିଆ ସରକାର ଗଠନ ହେବା ପରେ ଆମେ ଆପଣଙ୍କ ଦାବି ଲାଗୁ କରିବା ପାଇଁ ନିଶ୍ଚିତ ରୂପେ ପଦକ୍ଷେପ ନେବୁ । ଅନ୍ୟପଟେ ବିଜେପି ଏହାକୁ ନେଇ କଂଗ୍ରେସକୁ ଜୋରାଦାର ଟାର୍ଗେଟ୍ କରିଛି ।
ଅଲ୍ ଇଣ୍ଡିଆ ଓଲେମା ବୋର୍ଡ ମହାରାଷ୍ଟ୍ରର ସର୍ତ୍ତ:
- ୱାକଫ୍ ବିଲ୍କୁ ବିରୋଧ, ଚାକିରି ଏବଂ ଶିକ୍ଷାରେ ୧୦ ପ୍ରତିଶତ ମୁସଲିମ ସଂରକ୍ଷଣ
- ମହାରାଷ୍ଟ୍ରର ୪୮ ଜିଲ୍ଲାରେ ମସଜିଦ୍, କବ୍ରିସ୍ତାନ ଏବଂ ଦରଗାହ ଜମିକୁ ଆୟୁକ୍ତଙ୍କ ଜରିଆରେ ସର୍ଭେ କରିବା ପାଇଁ ଆଦେଶ
- ମହାରାଷ୍ଟ୍ରର ୱାକଫ୍ ମଣ୍ଡଳ ବିକାଶ ପାଇଁ ୧୦୦୦ କୋଟି ଟଙ୍କାର ଫଣ୍ଡ
- ୨୦୧୨ରୁ ୨୦୨୪ ମଧ୍ୟ ଦଙ୍ଗା କରିବା ଅଭିଯୋଗରେ ଜଲେର ବନ୍ଦ ଥିବା ନିର୍ଦ୍ଦୋଷ ମୁସଲମାନଙ୍କୁ ବାହାର କରିବା
- ମୌଲାନା ସଲମାନ ଅଜହରୀଙ୍କୁ ଜେଲରୁ ବାହାର କରିବା ପାଇଁ ଏମଭିଏର ୩୦ ସାଂସଦ ପିଏମ୍ ମୋଦୀଙ୍କୁ ଚିଠି ଲେଖିବେ
- ମହାରାଷ୍ଟ୍ରରେ ମସଜିଦର ଇମାମ୍ ଏବଂ ମୌଲାନାଙ୍କୁ ୧୫୦୦୦ ହଜାର ଟଙ୍କା ଭତ୍ତା
- ପୋଲିସ ଭର୍ତ୍ତିରେ ମୁସଲମାନ ଯୁବକଙ୍କୁ ପ୍ରାଥମିକତା
- ମହାରାଷ୍ଟ୍ର ସରକାର ଦ୍ୱାରା ସରକାର ମଧ୍ୟମରେ ମହାରାଷ୍ଟ୍ର ରାଜ୍ୟ ୱାକଫ୍ ବୋର୍ଡରେ ୫୦୦ କର୍ମଚାରୀଙ୍କୁ ଭର୍ତ୍ତି କରିବା ପାଇଁ ଦାବି
- ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ସରକାର ହେବା ପରେ, ଆରଏସ୍ଏସ୍ ଉପରେ ପ୍ରତିବନ୍ଧକ