ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | November 07, 2024 IST

ଭୁବନେଶ୍ବର ୭।୧୧: ସାମଗ୍ରିକ ଭାବରେ ରାଜସ୍ବ ସେବା ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ରାଜସ୍ବ ବିଭାଗରେ ସମୀକ୍ଷା ହୋଇଛି । ଓଡ଼ିଶାର ୩ଟି ଜୋନର ରାଜସ୍ବ କମିଶନର, ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ୩୫୪ ତହସିଲଦାର, ସବ୍ ରେଜିଷ୍ଟର ଉପସ୍ଥିତ ଥିଲେ । ଗରିବରୁ ଗରିବ ଲୋକଙ୍କ ପାଖରେ କିପରି ରାଜସ୍ବ ସେବା ପହଞ୍ଚି ପାରିବ ତାହା ଥିଲା ମୂଳ ଲକ୍ଷ୍ୟ । ସେ ନେଇ ଆଲୋଚନା ହୋଇଛି । 

ଏହାସହ ସରକାର ପୂର୍ବରୁ କହିଥିଲେ ସବୁ ସ୍କୁଲକୁ ପଟ୍ଟା ଦିଆଯିବ । ତେଣୁ ଡିସେମ୍ବର ୩୦ ତାରିଖ ସୁଦ୍ଧା କିପରି ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷକ କିମ୍ବା ଅଧ୍ୟାପକମାନେ ପାଠପଢ଼ା ଛାଡ଼ି ତହସିଲ ଅଫିସକୁ ଦୌଡ଼ିବା ଆବଶ୍ୟକ ନାହିଁ । ସେହିପରି ୨୦ ରାଜସ୍ବ ଗ୍ରାମ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଆସିଥିଲା । ଏନେଇ ସେ ଗ୍ରାମର ଜନଗଣନା ଆରମ୍ଭ ହୋଇଯାଇଛି । ଯେତେ ପ୍ରସ୍ତାବ ଅସିଛି ତୁରନ୍ତ ତାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ସେବା ଯଥା ଜାତିଭିତ୍ତିକ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦେବା ପାଇଁ ସମୟ ଓ ଦିନ ଧର୍ଯ୍ୟ କରାଯାଉଛି ନିର୍ଦ୍ଦେଶ ଦିଆଯାଇଛି । ମ୍ୟୁଟେସନ୍ କେସ୍ ଗୁଡ଼ିକୁ ତୁରନ୍ତ ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଦିବାସୀ ମାନଙ୍କୁ ତୁରନ୍ତ ପଟ୍ଟା ଦେବା କଥା, ବସୁନ୍ଧରା ଯୋଜନାରେ ପଟ୍ଟା ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ଆଗୁଆ ବନ୍ୟା ବାତ୍ୟା ସଂପର୍କରେ ଆଗରୁ ସୂଚନା ଦେବା ପାଇଁ ଆଡଭାଇଜରି ଜାରି କରାଯାଇଛି । 


କିଛି ଆଇନର ସଂଶୋଧନ, ସରଳୀକରଣ, ଓଡ଼ିଶା ରିଲିଫ କୋଡର ସଂଶୋଧନ, ରିଲିଫ ଶବ୍ଦ ବଦଳରେ ଅଧିକାର ଆଇନରେ ପରିଣତ କରିବା ନେଇ ଆଲୋଚନା ହୋଇଛି ଏବଂ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ଯାଉଛନ୍ତି । ପ୍ରାକୃତିକ ବିପତ୍ତି ପରେ କ୍ଷତିପୂରଣ ଅଧିକାର ବଳରେ ଜଣେ କ୍ଷତିଗ୍ରସ୍ତ ଲୋକ କେମିତି କ୍ଷତିପୂରଣ ପାଇବେ ତାକୁ କାର୍ଯ୍ୟକାରୀ କରାଯିବ । ଏନେଇ ଆମେ ଫିଲ୍ଡରେ କାମ କରୁଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଅବସର ନେଇଥିବା ଅଭିଜ୍ଞ ଲୋକଙ୍କର ମତ ନେବୁ ।   କଥା ହେଲା ପରେ ରାଜସ୍ବ ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.