ପ୍ରତି ସିଜିନ୍ରେ ପାର୍ଟନର ବଦଳାଇବା ସୁସ୍ଥ ସମାଜର ପରିଚୟ ନୁହେଁ। ଲିଭ ଇନ୍ ରିଲେସନସିପ୍କୁ ନେଇ ଏହା କହିଛନ୍ତି ଆଲ୍ଲାହବାଦ ହାଇକୋର୍ଟ। ଫିଲ୍ମରେ ଲିଭ୍ ଇନ୍ ରିଲେସନସିପ୍କୁ ପ୍ରୋତ୍ସାହିତ କରାଯାଉଛି। ଭାରତର ବିବାହ ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଏହା ଏକ ବ୍ୟବସ୍ଥିତ ଡିଜାଇନ୍ ବୋଲି କହିଛନ୍ତି କୋର୍ଟ।
ଜଷ୍ଟିସ ସିଦ୍ଧାର୍ଥ କହିଛନ୍ତି ଯେ ବିବାହ ପ୍ରତି ବ୍ୟକ୍ତିଙ୍କୁ ସୁରକ୍ଷା, ସାମାଜିକ ସ୍ୱୀକୃତି, ପ୍ରଗତି ଓ ସ୍ଥିରତା ପ୍ରଦାନ କରିଥାଏ କିନ୍ତୁ ଲିଭ୍ ଇନ୍ ରିଲେସନସିପରେ ଏହା ହୋଇପାରେ ନାହିଁ। କୋର୍ଟ ଆହୁରି କହିଛନ୍ତି ଯେ ବୈବାହିକ ଜୀବନରେ ବ୍ୟବସାୟ ଭାବେ ରହି ଲିଭି ଇନ୍ ରିଲେସନସିପ୍ ଆପଣାଇବାକୁ ଏକ ପ୍ରଗତିଶୀଳ ସମାଜ ବୋଲି ଦେଖାଯାଉଛି, ଯେଉଁଥିପାଇଁ ଯୁବପିଢିମାନେ ଏଥିପ୍ରତି ଆକର୍ଷିତ ହେଉଛନ୍ତି।
ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜାମିନ ଦେଇ ଏକଥା କହିଛନ୍ତି ଅଦାଲତ। ମାମଲା ଅନୁସାରେ ଅଭିଯୁକ୍ତ ଜଣକ ପୀଡ଼ିତା ସହ ଲିଭ୍ ଇନ୍ ରିଲେସନସିପ୍ରେ ଥିଲେ। ବିହାହର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
କୋର୍ଟ ଆହୁରି କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ପାରିବାରିକ ସମ୍ପର୍କ ମଧୁର ନାହିଁ, ସେ ଦେଶର ପ୍ରଗତିରେ ଯୋଗଦାନ ରହିବା ସମ୍ଭବ ନୁହେଁ। ଜୀବନରେ ତାଙ୍କୁ ଭରସା କରିବା ପାଇଁ କୌଣସି ଆଧାର ବି ଥାଏ। ଜଣେ ଅନ୍ୟ ଜଣଙ୍କ ସମ୍ପର୍କ ଜାଣିଦେଲେ ସନ୍ତୋଷ ମିଳିନଥାଏ। କୋର୍ଟ କହିଛନ୍ତି କୌଣସି ରାଷ୍ଟ୍ରର ସ୍ଥିରତା, ସାମାଜିକ, ରାଜନୀତିକ ଓ ଆର୍ଥିକ ସ୍ଥିତି ମଧ୍ୟମ ବର୍ଗର ଲୋକ ଓ ସେମାନଙ୍କ ନୈତିକତା ଉପରେ ନିର୍ଭର କରେ। ଆମ ଦେଶରେ ମଧ୍ୟ ମଧ୍ୟମ ବର୍ଗଙ୍କ ନୈତିକତାକୁ କୋଣଠେସା କରାଯାଇପାରିବ ନାହିଁ। କାହିଁକିନା ଆମ ଦେଶରେ ଅଧିକାଂଶ ଲୋକ ମଧ୍ୟମ ବର୍ଗର।
ଲିଭ ଇନ୍କୁ ନେଇ କୋର୍ଟ କହିଛନ୍ତି ଯେ ଲିଭ୍ ଇନ୍ ରିଲେସନସିପ୍ ଉପରୁ ଉପରୁ ବହୁ ଆକର୍ଷଣ ଲାଗିଥାଏ। କିନ୍ତୁ ଯେତେବେଳେ ସମୟ ବିତିଚାଲେ ସେତିକିବେଳେ ମଧ୍ୟମ ବର୍ଗର ନୈତିକତା, ତାଙ୍କ ଚେହେରାରେ ନଜର ଆସିଥାଏ। ଧିରେ ଧିରେ ସେହି ରିଲେସନ୍ ଖରାପ ହୋଇଗଲାଣି ବୋଲି ତାଙ୍କ ଭାବନାକୁ ଛାଲିଆସେ।
ବ୍ରେକ୍-ଅପ୍ ହେବା ପରେ ଜଣେ ମହିଳା ପାର୍ଟନର ସମାଜରେ ଚଳିବା ତା ପାଇଁ କଷ୍ଟକର ହୋଇପଡେ। କାହିଁକିନା ମଧ୍ୟମ ବର୍ଗର ଲୋକେ ଏକଥାକୁ ସାମାନ୍ୟ ଭାବେ ଦେଖନ୍ତି ନାହିଁ। ଅଦାଲତରେ ଏପରି ମାମଲାର କମ୍ କିଛି ନାହିଁ, ଯେଉଁଠି ବେକ୍ ଅପ୍ ପରେ ମହିଳା ପାର୍ଟନର୍ ସମାଜରେ ନିନ୍ଦା ଓ ଘୃଣାର କାରଣରୁ ଆତ୍ମହତାର ପନ୍ଥା ଆପଣାଉଛନ୍ତି।