ନୂଆଦିଲ୍ଲୀ ୦୬।୦୩; ବାବା ଅମରନାଥ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ସାଇନବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି । ପ୍ରତିବର୍ଷ କେଦାରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା । ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । '
ସେପଟେ ବାଲଟାଲ ମାର୍ଗରେ ଗଲେ ଶ୍ରଦ୍ଧାଳୁଙ୍କୁ ମାତ୍ର ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ରାସ୍ତା ଅତି କଠିନ ବୋଲି ଶ୍ରଦ୍ଧାଳୁମାନେ ଯିବାକୁ ରାଜି ହୋଇନଥାନ୍ତି । ଏନେଇ ବୈଠକରେ ସାଇନବୋର୍ଡର ଚେୟାରମ୍ୟାନ ତଥା ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ, ଡିଜିପି, ମୁଖ୍ୟ ସଚିବ ସମେତ ଅନେକ ଅଧିକାରୀ ସାମିଲ ଥିଲେ ।