ଜାମ୍ମୁକୁ ନେଇ ଗୃହମନ୍ତ୍ରାଳୟର ଆକ୍ସନ ପ୍ଲାନ୍; ଆତଙ୍କୀ ମୂଳପୋଛ କରିବାକୁ ଉଚ୍ଚସ୍ତରୀୟ ବୈଠକ

Published By : Prameya-News7 Bureau | June 16, 2024 IST

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଏହି ମିଟିଂର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଏନଏସଏ ଅଜିତ୍ ଡୋଭାଲ, ଗୃହ ସଚିବ, ଆଈବି ପ୍ରମୁଖ, ର’ ପ୍ରମୁଖ, ଏନଆଈଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଥିଲେ । ଜାମ୍ମୁ ନେଇ ଗୃହମନ୍ତ୍ରାଳୟ ବଡ଼ ପ୍ଲାନ କରୁଛି । ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ସମୂଳେ ଧ୍ବଂସ ପାଇଁ ପ୍ଲାନ୍ ପ୍ରସ୍ତୁତ ହେଉଛି ।   

ଏହି ବୈଠକରେ ଆଈବୀ ଏବଂ ର’ ମୁଖ୍ୟ, କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଆତଙ୍କବାଦୀଙ୍କୁ ନେଇ ଗୁଇନ୍ଦା ରିପୋର୍ଟ ପ୍ରଦାନ କରିବେ । ଏହା ସହିତ କିଛି ଦିନ ହେଲା ଜାମ୍ମୁ-କାଶ୍ମୀରରେ ବଢ଼ୁଥିବା ଆତଙ୍କବାଦୀ ଘଟଣା ଉପରେ ବିଷଦ ସୂଚନା ଦେବେ । ଏହି ମିଟିଂ ଆତଙ୍କୀ କାର୍ଯ୍ୟକଳାପ ଉପରେ ବିଶେଷ ଚର୍ଚ୍ଚା ହେବ । ଆଗକୁ କିପରି ଆତଙ୍କବାଦୀଙ୍କୁ ମୂଳତ୍ପୋଟନ କରାଯିବ ସେନେଇ ବଡ଼ ପ୍ଲାନ୍ ପ୍ରସ୍ତୁତ ହେବାର ଯୋଜନା ରହିଛି । ଏହାଛଡ଼ା ଅମରନାଥ ଯାତ୍ରାକୁ ନେଇ ଗୃହମନ୍ତ୍ରୀ ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁ ମାନଙ୍କୁ ସୁରକ୍ଷିତ ଭାବେ ଅମରନାଥଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଏଜେନ୍ସି ମାନଙ୍କ ଦ୍ବାରା ଯେଭଳି କୌଣସି ପ୍ରକାର ଅବ୍ୟବସ୍ଥା ନହୁଏ, ତା’ ଉପରେ କଡ଼ା ନଜର ରଖାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.