ମାଓ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ଥିଲା ବିଦ୍ୟାଳୟ, ଖୋଲିବାରୁ ଶିକ୍ଷା ଅଧିକାରୀଙ୍କୁ ମାରିଦେଲେ ମାଓବାଦୀ

Published By : Prameya-News7 Bureau | September 15, 2024 IST

ମାଲକାନଗିରି ୧୫।୯: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷା ଅଧିକାରୀଙ୍କୁ ହତ୍ୟା କଲେ ମାଓବାଦୀ । ମୃତ ଶିକ୍ଷା ଅଧିକାରୀ ହେଉଛନ୍ତି ଦୁଧି ଅର୍ଜୁନ । ତାଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ ବୋଲି ଜଣାପଡିଛି । 

ପ୍ରଜା କୋର୍ଟରେ ମାଓବାଦୀ ମାନେ ଶିକ୍ଷା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ବିଦ୍ୟାଳୟ ଗୁଡିକ ପୁଣି ଥରେ ଖୋଲିଥିଲେ ଶିକ୍ଷା ଅଧିକାରୀ ଦୁଧି ଅର୍ଜୁନ । ଯେଉଁଥି ପାଇଁ ପୂର୍ବରୁ ମାଓବାଦୀ ମାନେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଘଟଣା ସମ୍ପର୍କରେ ସୁକୁମା ଏସ୍‌ପି କିରଣ ଚୌହାନ ସୂଚନା ଦେଇଛନ୍ତି ।

You Can Read:

ଏତଲା ନରଖି ଦୁର୍ବ୍ୟବହାର କରୁଛନ୍ତି IIC ! ଏସ୍‌ପିଙ୍କୁ ଭେଟିଲେ ମହିଳା ଗ୍ରୁପ ସଦସ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.