ଏତଲା ନରଖି ଦୁର୍ବ୍ୟବହାର କରୁଛନ୍ତି IIC ! ଏସ୍‌ପିଙ୍କୁ ଭେଟିଲେ ମହିଳା ଗ୍ରୁପ ସଦସ୍ୟା

Published By : Prameya-News7 Bureau | September 15, 2024 IST

ଭଦ୍ରକ ୧୫।୯: ଏତଲା ନ ରଖି ଦୁର୍ବ୍ୟବହାର କରୁଛନ୍ତି ଆଇଆଇସି, ଏସ୍‌ପିଙ୍କୁ ଭେଟିଲେ ମହିଳା ଗ୍ରୁପ ସଦସ୍ୟା । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିକାରୀଙ୍କ ବିରୋଧରେ ଏମିତି କିଛି ଅଭିଯୋଗ ଆସିଛି । 

ଅଭିଯୋଗ ଅନୁଯାୟୀ, ଏସଏଚଜିରୁ ଟଙ୍କା ହଡ଼ପ କରିଥିବା ଆଞ୍ଚଳିକ ମଞ୍ଚର ସିଆରପିଙ୍କ ବିରୁଦ୍ଧରେ ବନ୍ତ ଥାନାରେ କରାଯାଇଥିଲା ଅଭିଯୋଗ । କିନ୍ତୁ ଥାନାଧିକାରୀ ଅଭିଯୁକ୍ତମାନଙ୍କୁ ଡକାଇ ସେମାନଙ୍କୁ ଅନ୍ୟତ୍ର ନେଇ ଗୁପ୍ତରେ କଥା ହେବା ପରେ ହଠାତ ଆସି  ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଭାବେ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ସହ ଏତଲା ଗ୍ରହଣ କରି ନଥିଲେ । ସର୍ବ ସମ୍ମୁଖରେ ମାଡ଼ ମାରିଥିବା ଆସାମୀମାନଙ୍କ ସାମ୍ନାରେ ଅପମାନିତ କରି ବିଦା କରି ଦେଇଥିଲେ । ଶେଷରେ ଅଭିଯୋଗକାରୀ ମାନେ ଥାନା ଅଧିକାରୀ ଏବଂ ସଂପୃକ୍ତ ଆସାମୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଭଦ୍ରକ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯଦି ନିକଟ ଭବିଷ୍ୟତରେ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଭିକ୍ଷା ପୂର୍ବକ ଧାରଣାରେ ବସିବେ ବୋଲି କହିଛନ୍ତି ।

You Can Read:

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିଯୋଗ ପରେ ତଦନ୍ତ ଆରମ୍ଭ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.