ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିଯୋଗ ପରେ ତଦନ୍ତ ଆରମ୍ଭ

Published By : Prameya-News7 Bureau | September 15, 2024 IST

ଭୁବନେଶ୍ୱର ୧୫।୯: ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏପରି ଅଭିଯୋଗ ଆଣିଛନ୍ତି । ଯୌନ ନିର୍ଯାତନା ସେଲ୍‌କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଗଷ୍ଟ ୧୬ତାରିଖରେ ଏଭଳି ଘଟଣା ଘଟିଥିଲା । କର୍ତ୍ତୃପକ୍ଷ କହୁଛନ୍ତି ତଦନ୍ତ ଚାଲିଛି, ଖୁବ୍‌ ଶୀଘ୍ର ରିପୋର୍ଟ ଦିଆଯିବ ।

ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ଗତ ଅଗଷ୍ଟ ୧୬ତାରିଖ ଅପରାହ୍ନରେ ବିଭାଗରେ ଥିବା ଅଧ୍ୟାପକଙ୍କ ଚାମ୍ବରକୁ ଅପରାହ୍ନ ୨ଟାରେ ପାଠ୍ୟପୁସ୍ତକ ଆଣିବା ପାଇଁ ଯାଇଥିଲେ । ଅଧ୍ୟାପକ ଜଣକ ତାଙ୍କୁ ବସିବା ପାଇଁ କହିଥିଲେ । ଏହାପରେ ତାଙ୍କ ପାଖକୁ ଆସି ଅସଦାଚରଣ କରିଥିଲେ । ଏଥିସହ କହିଥିଲେ ତୁମେ ଯଦି ମୋତେ ପସନ୍ଦ କରୁଛ ତେବେ ମୋ ପାଖକୁ ଆସ । ମୁଁ ତୁମର ପାଠପଢ଼ାରେ ସବୁ ପ୍ରକାରର ସାହାଯ୍ୟ କରିବି । ଯଦି ପସନ୍ଦ କରୁନ ତେବେ ଏ ବିଷୟରେ କାହାକୁ ଜଣାଇବ ନାହିଁ ବୋଲି ଅଧ୍ୟାପକ କହିଥିବା ନେଇ ଛାତ୍ରୀ ଅଭିଯୋଗ ପତ୍ରରେ ଜଣାଇଛନ୍ତି ।

ଏହି ଘଟଣା ପରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି । ମା’ ମୋର ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଥିବା ବେଳେ ଏବେ ସୁସ୍ଥ  ହେଉଛନ୍ତି । ତେଣୁ ଏ ଘଟଣା ବାବଦରେ ଜଣାଇବା  ସମ୍ଭବ ନୁହେଁ । ତେଣୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଙ୍କର ଶାରୀରିକ ସୁରକ୍ଷା ଏବଂ ପାଠ୍ୟକ୍ରମଜନିତ  ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।  ଏଥିସହ ଉଚିତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ  କରିଛନ୍ତି । ଅନ୍ୟପକ୍ଷରେ ସେଲ୍‌ ପକ୍ଷରୁ କୁହାଯାଇଛି, ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ମଙ୍ଗଳବାର  ଏ ସଂପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଏନେଇ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ  କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ ।

You Can Read:

ଖଣ୍ଡପଡା NACର ବିରୋଧୀ କାଉନସିଲରଙ୍କ ବୟାନ, ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିବେଦନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.