କେନ୍ଦ୍ରାପଡ଼ା ସାତଭାୟା ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର

Published By : Prameya-News7 Bureau | September 02, 2024 IST

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର । କୌଣସି ଏକ ଜାହାଜରୁ ଏହି କଣ୍ଟେନର ଖସି ପଡ଼ି ଭାସିଆସିଥିବା ସନ୍ଦେହ କରାଯାଉଥିବାବେଳେ କଣ୍ଟେନରରେ ସମସ୍ତ ଜିନିଷ ନଥିବା ଜଣାପଡ଼ିଛି। 

ଏହି କଣ୍ଟେନର ଉପରେ ଆଇଟିଟି ଲାଇନ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦେଖିବାକୁ ମିଳିଛି। ଏତେ ବଡ଼ କଣ୍ଟେନର କେଉଁଠୁ ଭାସି ଆସିଲା ?  ଏହା କେଉଁ ଦେଶର ଏବଂ ଏଥିରେ କଣ ସାମଗ୍ରୀ ଥିଲା ତାହା ଜଣା ପଡ଼ିନଥିବା ବେଳେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଦେଶ ଦେଶ ଭିତରେ ଚାଲିଛି ଘମାଘୋଟ ଯୁଦ୍ଧ, ଆକାଶରୁ ଅଗ୍ନି ବର୍ଷା ହେଉଛି ତ କେତେବେଳେ ସମୁଦ୍ର ଜଳୁଛି ଏହାରି ଭିତରେ ସାତଭାୟା ସମୁଦ୍ରରେ କଣ୍ଟେନର ବିଭିନ୍ନ ପ୍ରକାରର ସନ୍ଦେହ ସୃଷ୍ଟି କରିଛି। ତେବେ କଣ୍ଟେନର ଥିବା କିଛି ସାମଗ୍ରୀ ଲୋକମାନେ ବୋହି ନେଇଯାଇଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.