କଟକ ୨୦।୧୧: ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାରେ ନୂଆ ସିନେମାର ପ୍ରଚାର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି ‘ରାଣ୍ଡୀ ପୁଅ ଅନନ୍ତା’ ଅବଲମ୍ବନରେ ତିଆରି ନୂଆ ସିନେମାର ପ୍ରଚାର ଆରମ୍ଭ ହୋଇଛି । ବାଲିଯାତ୍ରାରେ ‘ଅନନ୍ତା ଜୋନ୍’ ମଧ୍ୟ ଉନ୍ମୋଚିତ ହୋଇଛି । କିଛି ମଜାଦାର ପ୍ରତିଯୋଗିତା ମାଧ୍ୟମରେ ବାଲିଯାତ୍ରାରେ ବୁଲୁଥିବା ଲୋକଙ୍କୁ ମିଳିବା ଆରମ୍ଭ ହୋଇଯାଇଛି ‘ମୁଁ ବି ଅନନ୍ତା’ ଓ ‘ଆଜିର ଅନନ୍ତା’ ଆଓ୍ବାର୍ଡ ।
ଅନନ୍ତା ଜୋନ୍କୁ ଖୋଜି ପହଞ୍ଚନ୍ତୁ ଓ ନିଶ୍ଚୟ ସାମିଲ ହୁଅନ୍ତୁ ଅନନ୍ତାର ପରିବାରରେ ବୋଲି ଅଭିନେତା ସବ୍ୟସାଚୀ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଉପର ବାଲିଯାତ୍ରା ପଡିଆ, ବାରବାଟୀ ଦୁର୍ଗ ଗେଟ୍ ପାଖରେ, ଲେନ୍ ୧, ମଧୁକୁଞ୍ଜ ଧୂପକାଠି ଓ ଏଭରଗ୍ରୀନ୍ ଚା’ ଷ୍ଟଲ୍ ପାଖରେ ଏହି ଅନନ୍ତାର ସେଲ୍ଫି ଜୋନ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
You Can Read:
ଐତିହାସିକ ବାଲିଯାତ୍ରାରେ ଜଲଓ୍ବା ଦେଖାଇଲେ ସୋନୁ ନିଗମ, ଜଗନ୍ନାଥ ଭଜନ ଗାଇଲା ବେଳେ ପାଦରୁ ଓହ୍ଲାଇଲେ ଜୋତା