ଐତିହାସିକ ବାଲିଯାତ୍ରାରେ ଜଲଓ୍ବା ଦେଖାଇଲେ ସୋନୁ ନିଗମ, ଜଗନ୍ନାଥ ଭଜନ ଗାଇଲା ବେଳେ ପାଦରୁ ଓହ୍ଲାଇଲେ ଜୋତା

Published By : Prameya-News7 Bureau | November 20, 2024 IST

କଟକ ୨୦।୧୧: ବାଲିଯାତ୍ରାରେ ଦେଖିବାକୁ ମିଳିଥିଲା ବଲିଉଡ ସିଙ୍ଗର ସୋନୁ ନିଗମଙ୍କ କ୍ରେଜ୍ । ମଙ୍ଗଳବାର ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସୋନୁ ନିଗମ ନାଇଟ୍ । ଲାଗୁଥିଲା ଯେମିତି ଝୁମିଥିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ । ଉଭୟ ହିନ୍ଦୀ ଏବଂ ଓଡ଼ିଆ ସଂଗୀତ ପରିବେଷଣ କରି ସୋନୁ ସମସ୍ତଙ୍କ ମନ ଜିଣିଥିଲେ । ଖାସ୍ କଥା ହେଲା, ଜଗନ୍ନାଥ ଭଜନ ଗାଇଲା ବେଳେ ପାଦରୁ ଜୋତା ଓହ୍ଲାଇ, ବେଶ ଶ୍ରଦ୍ଧାର ସହ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ ସୋନୁ ।

ମଙ୍ଗଳବାର ବାଲିଯାତ୍ରା ପଡ଼ିଆରେ ଥିଲା ଜବରଦସ୍ତ ଭିଡ଼ । ତା ଭିତରେ ଗଣକବି ବୈଷ୍ଣବ ପାଣି ମଞ୍ଚରୁ ଭାଷି ଆସୁଥିଲା ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ସଂଗୀତ । ସୋନୁ ନିଗମଙ୍କ ଗୀତରେ ଦୁଲୁକିଥିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରାର ପଞ୍ଚମ ଦିନରେ ସୋନୁ ନିଗମଙ୍କ ସଙ୍ଗୀତ ପରିବେଷଣ ଦେଖିବା ଲାଗି ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । 

ସୋନୁ ନିଗମଙ୍କ ଗୀତରେ ମଜି ଯାଇଥିଲେ ଦର୍ଶକ । ନିଜ ନିଜ ମୋବାଇଲରେ ସୋନୁଙ୍କ ଗୀତକୁ ରେକର୍ଡ କରି ଐତିହାସିକ ବାଲିଯାତ୍ରାର ସ୍ମୃତିକୁ ସାଉଁଟୁ ଥିଲେ । ସୋନୁ ନିଗମ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଷଣ କରି ଚାଲିଥିଲେ । 

ସୋନୁ ନିଗମଙ୍କ ଇଏ ଦିଲ ଦିୱାନା, ମେରି ସପନୋ କି ରାଣୀ କବ ଆଏଗି ତୁ, ଓ ମେରେ ଦିଲ କେ ଚେନ, ଜିନେ କେ ହେ ଚାର ଦିନ, ଅଲ ଇଜ  ୱଏଲ ଗୀତରେ ଉଠିଥିଲା ପଡିଥିଲା ବାଲିଯାତ୍ରା ପଡିଆ । ସୁପର ହିଟ ଓଡ଼ିଆ ଗୀତ ତୋ ଆଖି ମୋ ଆଇନା, ପୁଚୁକି ଗାଲି ଫେସନ ବାଲି ଏବଂ ଏକାଧିକ ଓଡ଼ିଆ ସିନେମା ଗୀତ ଗାଈ ସୋନୁ ଦର୍ଶକ ମାନଙ୍କୁ ଯେମିତି ବାନ୍ଧି ରଖିଥିଲେ । ସେପଟେ ଘୋର ଅବ୍ୟବସ୍ଥା କାରଣରୁ ହଜାର ହଜାର ଲୋକ ବାଲିଯାତ୍ରାକୁ ଉପଭୋଗ କରିବାରୁ ବଞ୍ଚିତ ହୋଇଛନ୍ତି ।


You Can Read:

ଆସନ୍ତା ୨୪ରେ ଆସିବେ କେନ୍ଦ୍ରୀୟ ଟିମ୍, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ : ରାଜସ୍ବ ମନ୍ତ୍ରୀ


 

 

  • odisha
  • OdishaNews
  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.