ଆସନ୍ତା ୨୪ରେ ଆସିବେ କେନ୍ଦ୍ରୀୟ ଟିମ୍, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | November 20, 2024 IST

ଭୁବନେଶ୍ବର ୨୦।୧୧: ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । ଆସନ୍ତା ୨୪ ତାରିଖରେ ଆସିବେ କେନ୍ଦ୍ରୀୟ ଟିମ୍ । ୨୭ ତାରିଖ ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 

ଭାରତ ସରକାରଙ୍କ ଯୁଗ୍ମ ସଚିବ ପି.କେ. ରାୟଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଆସିବେ । ୨୫ ତାରିଖରେ ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡ଼ା ଯାଇ ସ୍ଥିତି ପରଖିବେ । କ୍ଷୟକ୍ଷତି ଆକଳନ ପରେ ୨୬ ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ । କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଆସିବ । ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ଅର୍ଥ ମଗାଯିବ । ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । 


You Can Read:

ରାଜ୍ୟରେ ୨୪ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର, ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.