ରାଜ୍ୟରେ ୨୪ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର, ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ

Published By : Prameya-News7 Bureau | November 20, 2024 IST

ଭୁବନେଶ୍ବର ୨୦।୧୧: ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ଔଷଧ ନିଗମର ଔଷଧ ଠିକ୍ ଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ । ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ଆଲୋଚନା ହୋଇଛି । ଔଷଧ ଓ ନାପକିନ କିପରି ଠିକ୍ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫଙ୍କ ଆହ୍ଵାନ- ‘ବାଘଖିଆଙ୍କୁ ସାମାଜିକ ବାସନ୍ଦ କର’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.