ଭୁବନେଶ୍ବର ୨୦।୧୧: ନୂଆପଡ଼ାରେ କଲରାପତରିଆ ବାଘ ମାରି ମାଂସ ଖାଇବା ଘଟଣା ପରେ ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫ ଆହ୍ଵାନ ଦେଇଛନ୍ତି । ବାଘଖିଆଙ୍କୁ ସାମାଜିକ ବାସନ୍ଦ କର । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ ପରିସ୍ଥିତିରେ ମଣିଷ ଶିକାର କରିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଲୋକେ କଲରାପତରିଆ ବାଘ ମାଂସ ଖାଉଛନ୍ତି । ସଭ୍ୟ ସମାଜରେ ଏମାନଙ୍କର କୌଣସି ସ୍ଥାନ ନାହିଁ । ସେମାନେ ସଭ୍ୟ ସମାଜରେ ରହିବାକୁ ଯୋଗ୍ୟ ନୁହନ୍ତି । ଅନୁରୋଧ, ଲୋକମାନେ ଏଭଳି ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରନ୍ତୁ । କଲରାପତରିଆ ବାଘ ଶିକାର କରି ଖାଇବା ପରେ ବନ ବିଭାଗ ଅଧିକାରୀ ତାଙ୍କୁ ଧରିଛନ୍ତି । କାରଣ ବନ ବିଭାଗ ଦ୍ଵାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ୍ କରିବା ସମ୍ଭବ ନୁହେଁ । ଲୋକମାନେ ଏନେଇ ସଚେତନ ହେବା ଜରୁରୀ ବୋଲି ପିସିସିଏଫ କହିଛନ୍ତି ।
You Can Read: