କୋରାପୁଟ ୩।୮: ସୁନାବେଡା ପୌର ଉପାଧ୍ୟକ୍ଷା ରିତୁ କଣ୍ଟାଙ୍କ ବିରୋରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକାରିତାକୁ ନେଇ ପୌର ଅଧ୍ୟକ୍ଷଙ୍କ ସହ ୧୮ ଜଣ କାଉନସିଲର କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଗତ ମାସ ୪ ତାରିଖ ଦିନ ସୁନାବେଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଚିଠି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପଦକ୍ଷେପ ନେବାରେ କାହିଁକି ବିଳମ୍ବ ହେଉଛି ସେନେଇ କାଉନସିଲର ଏବଂ ଅଧ୍ୟକ୍ଷ ଭେଟି ଆଲୋଚନା କରିଛନ୍ତି । ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ମହିଳା କାଉନସିଲର ମାନେ ସୁରକ୍ଷିତ ନଥିବାରୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ଜଣାପଡ଼ିଛି । ସୁନାବେଡ଼ା ପୌର ଉପାଧ୍ୟକ୍ଷାଙ୍କ ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରି କାଉନସିଲର ମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର କହିଛନ୍ତି ।
You Can Read:
ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ