ନୂଆଦିଲ୍ଲୀ: ଆନ୍ଦୋଳନରୁ ଓହରିଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ବିଭାଗୀୟ ସଚିବଙ୍କ ସହ ଆଲୋଚନା ହେବା ପରେ କିଛି ଦାବିକୁ ସ୍ୱୀକାର କରାଯାଇଥିବାରୁ ଆନ୍ଦୋଳନରୁ ଓହରିଛନ୍ତି ଅଙ୍ଗନବାଡ଼ି କର୍ମୀ। ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା ରହିଛି।
ତେବେ ଆଲୋଚନା ସଫଳ ହେବାକୁ ନେଇ ଆଶାବାଦୀ ଅଛନ୍ତି ଏମାନେ । ଦିନିକିଆ ଧାରଣା ଥିବାରୁ ଧାରଣା ଶେଷ ହୋଇଛି। ଆଗକୁ ଯଦି ଦାବି ପୂରଣ ନ ହୁଏ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଗାନ୍ଧୀମାର୍ଗରେ ଏକାଠି ହୋଇଥିଲେ ହଜାର ହଜାର ଅଙ୍ଗନବାଡି କର୍ମୀ। ବିଭିନ୍ନ ଦଫା ଦାବି ନେଇ କରିଥିଲେ ଆନ୍ଦୋଳନ। ମାସିକ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି କରି ୧୮ ହଜାର ଟଙ୍କା ମିଳିବା, ପିଲାଙ୍କୁ ମିଳୁଥିବା ଖାଦ୍ୟର ଟଙ୍କା ବଢାଇବା, ପେନସନ ଲାଗୁ ସହ ଅବସର ସମୟରେ ଆର୍ଥିକ ସହାୟତା ମିଳିବା ଭଳି ଦାବି କରିଥିଲେ।