କଟକ: କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଆୟୋଜିତ ରାଜ୍ୟ ପୁଲିସ୍ ହାବିଲ୍ଦାର, କନଷ୍ଟେବଲ୍ ଓ ସିପାହୀ ମହାସଂଘର ୪୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସମାନଙ୍କୁ ଏକ ମାସ ଦରମା ଅଧିକ ଦେବା ପାଇଁ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପୋଷାକ ଭତ୍ତା ୫ ହଜାରରୁ ୧୦ ହଜାର କୁ ବୃଦ୍ଧି କରାଯିବ। ଗାଡ଼ି ବାବଦ ଭତ୍ତା ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ। ଭୁବନେଶ୍ବର ସ୍ଥିତ କନଷ୍ଟେବଳ ମହାସଂଘର ପୁରାତନ କାର୍ଯ୍ୟାଳୟକୁ ନୂତନ ଭାବେ ନିର୍ମାଣ କରାଯିବ। ଏହା ସହ ଆସନ୍ତା ଜାନୁଆରୀ ରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ଓ ଉତକର୍ଷ ଓଡିଶା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କବିଥିଲେ ମୁଖ୍ୟମନ୍ତ୍ରୀ।
ମହାସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଲିସ୍ ଡିଜି ୱାଇ.ବି ଖୁରାନିଆ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।