ସୋନାକ୍ଷୀଙ୍କ ପରେ 'କପୁର ଖାନଦାନ'ରେ ବାଜିବ ଶାହନାଇ, ଖୁବ୍ ଶୀଘ୍ର ପଡିବ ଅର୍ଜୁନଙ୍କ ହାତଗଣ୍ଠି !

Published By : Prameya-News7 Bureau | June 24, 2024 IST

ମୁମ୍ଵାଇ ୨୪।୦୬: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଦୁହିଁଙ୍କ ବିବାହ ସରିଛି । ମୁମ୍ବାଇରେ ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବସ୍ତିଆନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟୀରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ପାର୍ଟିରେ ଅନୀଲ କପୁର ମଧ୍ୟ ଏହି ଦମ୍ପତିଙ୍କୁ ତାଙ୍କ ଡ୍ୟାସିଂ ଶୈଳୀରେ ଆଶୀର୍ବାଦ ଦେଇଥିଲେ ଏବଂ ଖୁସି ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସୋନାକ୍ଷୀଙ୍କ ବିବାହ ଉତ୍ସବରେ ଯୋଗଦେବା ପରେ ଅନିଲ କପୁର କହିଛନ୍ତି ଯେ ଖୁବ ଶୀଘ୍ର ଶାହନାଇ 'କପୁର ପରିବାର'ରେ ବାଜିବାକୁ ଯାଉଛି ।

ହଁ! ଅନିଲ କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ କପୁର ପରିବାରରେ ପରବର୍ତ୍ତୀ ସମୟରେ ବିବାହ ହେବାକୁ ଯାଉଛି। ବାର୍ତ୍ତାଳାପ ସମୟରେ ଅନୀଲ କପୁର କହିଛନ୍ତି - ଆଶା କରୁଛି ଏହା ଅର୍ଜୁନଙ୍କର ହେବ। ଅର୍ଜୁନଙ୍କ ଭାବି ପତ୍ନୀ କିଏ ହେବ.. ତାହା କହିବା କଷ୍ଟକର। ଏହାର କାରଣ ହେଉଛି ଅର୍ଜୁନ ଏବଂ ମଲାଇକାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରହିଆସିଛନ୍ତି। କିନ୍ତୁ କଳ୍ପନା ଜଳ୍ପନା ଚାଲିଥିଲା କି ଦୁହେଂ ଅଲଗା ହୋଇଯାଇଛନ୍ତି। ତେବେ ମଲାଇକା ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମଲାଇକା କହିଥିଲେ ଯେ ଏହି ସବୁ ଖବର କେବଳ ଗୁଜବ।

ଅର୍ଜୁନ କପୁର ତାଙ୍କ ମାଙ୍କୁ ଭେଟିଛନ୍ତି

ଏହି ରିପୋର୍ଟଗୁଡିକ ମଧ୍ୟରେ ଅର୍ଜୁନଙ୍କୁ ନିକଟରେ ମଲାଇକାଙ୍କ ଘରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ମାଙ୍କୁ ଭେଟିବାକୁ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ମଲାଇକାଙ୍କ ଭଉଣୀ ଅମୃତା ଆରୋରା ମଧ୍ୟ ନଜର ଆସିଥିଲେ। ସେମାନଙ୍କୁ ପୁଣି ଦେଖି ପ୍ରଶଂସକମାନେ ସେମାନଙ୍କ ବିବାହ ବିଷୟରେ କଳ୍ପନା କରିବା ଆରମ୍ଭ କଲେ ।  ଅର୍ଜୁନ କପୁର ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଡେଟ କରିଛନ୍ତି। ୨୦୧୫ ରେ ଏହି କପଲଙ୍କ ପ୍ରେମ କାହାଣୀ ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ, ସେମାନଙ୍କର ସମ୍ପର୍କ ୨ ବର୍ଷ ମଧ୍ୟରେ ଭାଙ୍ଗିଯାଇଥିଲା । ପରେ ଅର୍ଜୁନଙ୍କ ନାମ ମଲାଇକା ସହିତ ଜଡିତ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.