ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି, ରହସ୍ୟ ସେତିକି ବଢୁଛି : ସନ୍ଦେହ ବଢାଉଛି ରୁମ୍ ନମ୍ବର ୨୦୫...

Published By : Prameya-News7 Bureau | August 08, 2023 IST

 ଭୁବନେଶ୍ୱର ୦୮।୦୮:  କଟକ ରୋଡ୍ ହୋଟେଲ ଦୀପାଳୀ ଇଣ୍ଟରନାସନାଲ୍ ରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି, ରହସ୍ୟ ସେତିକି ବଢୁଛି । ଶୁଭଲକ୍ଷ୍ମୀଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ପୋଲିସକୁ ଅଡୁଆରେ ପକାଇଛି । ରିପୋର୍ଟ ଅନୁଯାୟୀ ଶରୀର କିଛି ଅଂଶ ପଚି ଯାଇଥିଲା । ଅର୍ଥାତ ରୁମ ନମ୍ବର ୨୦୫ରେ ଅତି କମରେ ୨୪ଘଣ୍ଟାରୁ ଅଦିକ ସମୟ ପଡି ରହିଥିବ ମୃତଦେହ । ଗୋଟିଏ ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିବ ।

ସେପଟେ ହୋଟେଲ ରେଜିଷ୍ଟର ତଥ୍ୟ ମୁତାବକ,  ଘଟଣା ପୂର୍ବଦିନ ରାତି ସାଢେ ୩ଟାରେ ଶୁଭଲକ୍ଷ୍ମୀ ହୋଟେଲରେ ଚେକ୍ ଇନ୍ କରିଥିଲେ । ହୋଟେଲ କର୍ମଚାରୀ ମଧ୍ୟ ଏହି ବୟାନ ଦେଇଛନ୍ତି । ତେବେ ଏମାନେ ମିଛ କହୁଥିବା ପୋଲିସ ଅନୁମାନ କରୁଛି । ସମ୍ଭବତଃ ୪ ତାରିଖରେ କେହି ଅତିଥି ଆସିନଥିବେ । ଘଟଣା ପରଦିନ ରେଜିଷ୍ଟରରେ ଥିବା ଫାଙ୍କା ଜାଗାରେ ଶୁଭଲକ୍ଷ୍ମୀଙ୍କ ନାଁ ଲେଖା ଯାଇଥିବ । ତେବେ ଶୁଭଲକ୍ଷ୍ମୀଙ୍କ ମୃତଦେହ କେତେ ଦିନ ଧରି ଝୁଲନ୍ତା ଅବସ୍ଥାରେ ଥିଲା ସେନେଇ ସନ୍ଦେହ ବଢିଛି ।

ତେବେ ପୋଲିସ ପହଞ୍ଚିବା ପୂର୍ବରୁ ହୋଟେଲ ରୁମ୍ କବାଟ ଭଙ୍ଗା ଯାଇଥିଲା । ଯାହାକୁ ନେଇ ସନ୍ଦେହ ଘନେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତଦେହରୁ ନିଶା ଦ୍ରବ୍ୟର ନମୁନା ମିଳିଛି । ଏହା ବିଷ କି ନିଶା ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନି । ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ଦ୍ରବ୍ୟ ଖାଇଥିଲେ ତେବେ କାହିଁକି । ତାଙ୍କ ସହ ରୁମ୍ ରେ ଆଉ କେହି ଥିଲେ କି । ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ ଅନୀଲଙ୍କୁ ଜେରା ପାଇଁ ପୋଲି ଡାକିଛି । ସେପଟେ ଭାଇରାଲ୍ ଭିଡିଓକୁ ମଧ୍ୟ ସସପେନ୍ସ ବଢିଛି ।

wp:embed {"url":"https://www.prameyanews7.com/australia-have-announced-their-preliminary-squad-for-this-years/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australia-have-announced-their-preliminary-squad-for-this-years/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.