ଜଗତସିଂହପୁରରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ବ୍ୟବସ୍ଥା

Published By : Prameya-News7 Bureau | September 06, 2024 IST

ଜଗତସିଂହପୁର ୬।୯: ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ହିତାଧିକାରୀମାନଙ୍କୁ ଫର୍ମ ବଣ୍ଟନ ସହିତ  ଆଧାର ସେଣ୍ଟର, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ଆଦିରେ ହିତାଧିକାରୀ ମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋପ୍ଲାନ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୩ ଲକ୍ଷ ୭୬ ହଜାର ଫର୍ମ ବଣ୍ଟନ ହୋଇଥିବା ବେଳେ ୧୮୧୫ ଅଙ୍ଗନବାଡି ସେଣ୍ଟରର କର୍ମୀମାନେ ଫର୍ମ ବଣ୍ଟନ ଦାୟିତ୍ୱରେ ରହିଛନ୍ତି । ସେହିପରି ଜିଲ୍ଲାରେ ୬୫୦ ଜନସେବା କେନ୍ଦ୍ର, ୨୭୪ ମୋ ସେବା କେନ୍ଦ୍ର ଓ ୮୦ ଆଧାର ସଂଶୋଧନ କେନ୍ଦ୍ରରେ ଆଧାର ମୋବାଇଲ ନମ୍ବର ଲିଙ୍କ, ଆଧାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଓ ସୁଭଦ୍ରା ଫର୍ମ ଦାଖଲ ପାଇଁ ନିଜ ନିଜ ପାଖ ଅଞ୍ଚଳରେ ସମ୍ପୃକ୍ତ ସେଣ୍ଟର ଗୁଡିକରେ ବ୍ୟବସ୍ଥା ହୋଇଛି । ବିନା ପଇସାରେ ସୁଭଦ୍ରା ଫର୍ମ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଅନିୟମିତତା ହେଉଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ତତ୍ପରତା ପାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଅନିୟମିତତା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

You Can Read:

ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର, ଦଳରୁ ବହିଷ୍କୃତ କଲେ ସୁପ୍ରିମୋ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.