ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଆଗରେ, ଗତ ୫ ବର୍ଷରେ ଗଲାଣି ୧୧୦୩ ଜଣଙ୍କ ଜୀବନ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ରାଜ୍ୟରେ ବିଗତ ୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଭାରତ ବର୍ଷରେ ସବୁ ରାଜ୍ୟ ଠାରୁ ଆଗରେ ଓଡିଶା ରହିଛି । ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ଅଧିକ ରହିଛି ସେହି ରାଜ୍ୟକୁ ବଜ୍ରପାତ ବେଶୀ ହୋଇଥାଏ । ଏହାର ସ୍ଥାୟୀ ନିରାକରଣ ପାଇଁ କିଛି ନୂଆ ଗବେଷଣା ଜାରି ରହିଛି । ବଜ୍ରପାତ ରୋକିବାକୁ ତାଳ ଗଛ ରୋପଣ ଉପରେ ଗୁରୁତ୍ବ ଦିଆଯାଉଛି । ତାଳ ଗଛ ଲଗାଇବା ପାଇଁ ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗକୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ବଜ୍ରପାତରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉଛି ବୋଲି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

You Can Read:

ପ୍ରେମ ପାଇଁ ଗଲା ରୁଦ୍ରଙ୍କ ଜୀବନ ! ଅଭିଯୋଗ ପରେ ପୋଲିସର ତଦନ୍ତ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.