ଶ୍ରୀମନ୍ଦିରରେ ASI ଟିମ୍, ଗର୍ଭ ଗୃହ-ନାଟ ମଣ୍ଡପ-ରତ୍ନ ସିଂହାସନର ହେବ ଯାଞ୍ଚ

Published By : Prameya-News7 Bureau | July 09, 2024 IST

ପୁରୀ ୦୯।୦୭ :  ଶ୍ରୀମନ୍ଦିରରେ ASI ଟିମ୍‌ । ଆରମ୍ଭ ହେଲା ଗର୍ଭ ଗୃହ, ନାଟ ମଣ୍ଡପ, ଜଗମୋହନ, ରତ୍ନ ସିଂହାସନ ଯାଞ୍ଚ ଏବଂ ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ. କେ ଭଟ୍ଟାଚାର୍ଯ୍ୟ, ପୂର୍ତ୍ତ ବିଭାଗର ଡିଜାଇନ୍ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଡକ୍ଟର ଏନ.ସି ପାଲଙ୍କ ସହ ASI ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। 

ପ୍ରତିବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ବାର୍ଷିକ ଯାଞ୍ଚ ଏବଂ ମରାମତି ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ । ଏଥିରେ ଏଏସ୍‌ଆଇ, ପୂର୍ତ୍ତ ବିଭାଗର ବିଶେଷଜ୍ଞ ସହ ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ସାମିଲ ହୋଇଛନ୍ତି । ବିଶେଷକରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ, ଜଗମୋହନ, ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାର ରୁଟିନ ଯାଞ୍ଚ କରାଯିବ । ଏଥିସହ ଅଁଳାବେଢା ଏବଂ ଅନ୍ୟ ପାର୍ଶ୍ୱ ଦେବଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ ।

ସୂଚନାଥାଉ କି, ଠାକୁର ଶ୍ରୀମନ୍ଦିରକୁ ଫେରିବା ବେଳକୁ କ’ଣ କ’ଣ କାମ କରାଯିବ । ଏନେଇ ପୂର୍ବରୁ ଏଏସ୍ଆଇ ପକ୍ଷରୁ ଯୋଜନା କରାଯାଇଛି । ସେହିଭଳି ଯାଞ୍ଚ ସମୟରେ ଯାହା ଜଣାପଡିବ, ତାହାର ମରାମତି କରାଯିବ । ଗତବର୍ଷ ରଥଯାତ୍ରା ସମୟରେ ଯେଉଁସବୁ ସ୍ଥାନରେ ଯୋଡ଼େଇ ମରାମତି କରାଯାଇଥିଲା । ତାହାର ସ୍ଥିତି କେମିତି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ । ଗର୍ଭଗୃହରୁ କଳା ଆସ୍ତରଣ ଛଡାଯିବ ବୋଲି ସୂଚନା ରହିଛି । 

 

  • puri
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.