Asian Games 2023: ସ୍କ୍ଵାସ ପରେ ହକିରେ ପାକିସ୍ତାନକୁ ମାତ୍ ଦେଲା ଭାରତ, ଏକତରଫା ମ୍ୟାଚ୍‌ରେ ୧୦-୨ରେ ହରାଇଲା

Published By : Prameya-News7 Bureau | September 30, 2023 IST

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ପୁଲ-ଏ ମ୍ୟାଚ୍‌ରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୧୦-୨ ଗୋଲ୍‌ରେ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଛି। ଶୋଚନୀୟ ପରାଜୟ ପରେ ପାକିସ୍ତାନ ଦଳର ସେମି ଫାଇନାଲ୍ ମାର୍ଗ କଷ୍ଟକର ହୋଇ ପଡ଼ିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ସର୍ବାଧିକ ୪ଟି ଗୋଲ୍ ଦେଇଥିବା ବେଳେ ବରୁଣ ୨ଟି ଗୋଲ୍ ଦେଇଛନ୍ତି। ସେହିପରି ଶମସେର, ମନଦୀପ, ଲଳିତ ଓ ସୁମିତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି।

wp:heading {"level":4}

Also read- ପ୍ରତିଶୋଧ ନେଲା ଭାରତ: ସ୍କ୍ୱାସ୍‌ରେ ପାକିସ୍ତାନକୁ ହରାଇ ଜିତିଲା ସ୍ୱର୍ଣ୍ଣ

/wp:heading

ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ଖେଳି ପ୍ରଥମାର୍ଦ୍ଧରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟାର୍ଦ୍ଧ ସୁଦ୍ଧା ଭାରତ ୪-୦ରେ ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ଦଳ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ୮ମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା। ଏହା ପରେ ୧୧ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ୍  ଜରିଆରେ ଦ୍ଵିତୀୟ ଗୋଲ୍ ଦେଇଥିଲା। ପୁଣି ଦ୍ଵିତୀୟ ହାଫ ସରିବା ପୂର୍ବରୁ ସୁମିତ, ଲଳିତ ଓ ଗୁରଞ୍ଜତ ମିଳିତ ଭାବେ ଦମଦାର ପ୍ରଦର୍ଶନ କରି ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ।

wp:html /wp:html

ମ୍ୟାଚ୍‌ର ତୃତୀୟାର୍ଦ୍ଧରେ ମଧ୍ୟ ଭାରତ ନିଜର ଲୟ  ଜାରି ରଖି ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ପଞ୍ଚମ ଗୋଲ୍ ଦେଇଥିଲା। ଏହା ପରେ ପାକିସ୍ତାନ ପେନାଲ୍ଟି ଷ୍ଟ୍ରୋକରେ ଗୋଟିଏ ଗୋଲ୍ ଦେଇଥିଲେ ହେଁ ଭାରତ ଆଉ ଦୁଇଟି ଗୋଲ୍ ଦେଇଥିଲା। ତୃତୀୟ  ହାଫ ସରିବା ପୂର୍ବରୁ ପାକିସ୍ତାନ ଆଉ ଗୋଟିଏ ଗୋଲ୍ ଦେଇଥିଲା ଆଉ ମ୍ୟାଚ୍‌ରେ ୭-୨ରେ ଅଗ୍ରଣୀ ହାସଲ କରିଥିଲା।

ଭାରତ ଶେଷ କ୍ଵାର୍ଟରରେ ନିଜ ଲୟ ଜାରି ରଖି ଆଉ ୩ଟି ଗୋଲ୍ କରିବା ସହିତ ମ୍ୟାଚ୍‌କୁ ୧୦-୨ରେ ଏକତରଫା ଭାବେ ବିଜୟ ହାସଲ କରିଥିଲା। ପାକିସ୍ତାନ ପକ୍ଷରୁ ମ୍ୟାଚ୍‌ରେ ଅନେକ ତ୍ରୁଟି ଦେଖିବା ମିଳିଥିଲା, ଆଉ ଯାହାର ଭରପୁର ଫାଇଦା ଭାରତ ଉଠାଇଥିଲ। ଏବେ ଭାରତ ପୁଲ ଏରେ ନିଜର ଶେଷ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.