ରଙ୍ଗିଲା ବାବାଙ୍କୁ ପୋଲିସ ଉଠାଇ ନେବା ଘଟଣା : ଆଶ୍ରମରେ ବନ୍ଦୀ ଶୁଆକୁ ଉଦ୍ଧାର କଲା ଆଠଗଡ଼ ବନ ବିଭାଗ

Published By : Prameya-News7 Bureau | October 13, 2024 IST

ଆଠଗଡ଼ ୧୩।୧୦: ଯୁବତୀ ଅପହରଣ ମାମଲାରେ ରଙ୍ଗିଲା ବାବାଙ୍କୁ ଉଠାଇ ନେଇଛି ଢେଙ୍କାନାଳ ପୋଲିସ । ଆଶ୍ରମରେ ବନ୍ଦୀ ହୋଇ ରହିଥିବା ଶୁଆ ଗୁଡ଼ିକୁ ଉଦ୍ଧାର କଲା ଆଠଗଡ଼ ବନ ବିଭାଗ । ଶୁଆ ଗୁଡ଼ିକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କୁ ଶନିବାର ଢେଙ୍କାନାଳ ପୋଲିସ ଅଚାନକ ଉଠାଇ ନେଇଛି । ଗତ ୭ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ଜନୈକ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଅପହରଣ କରିନେଇଥିବା ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ବାହାରବିଲ୍ଲା ସ୍ଥିତ ସୁତୀଷ୍ମ ଆଶ୍ରମର ମହନ୍ତ କୈବଲ୍ୟ ଜାନିଙ୍କୁ ଉଠାଇ ନେଇଥିଲା । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବୁଦ୍ଧିଜୀବୀ ମାନେ ଏହି ଘଟଣାକୁ ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି ।

ଢେଙ୍କାନାଳ ପୋଲିସ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ଯୁବତୀ ଜଣଙ୍କୁ ଅପହରଣ କରାଯାଇଥିଲା ନା ଯୁବତୀ ଜଣଙ୍କ ନିଜ ଇଚ୍ଛାରେ କେଉଁଆଡେ ଚାଲି ଯାଇଥିଲେ ତାକୁ ନେଇ ତଦନ୍ତ କରୁଛି ।

You Can Read:

ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.