ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ସ୍କୁଟିରେ ଆସି ଆକ୍ରମଣ କଲେ ଯୁବକ

Published By : Prameya-News7 Bureau | September 15, 2024 IST

ବ୍ରହ୍ମପୁର ୧୫।୦୯ : ବିଚ୍‌ ରାସ୍ତାରେ ବୁଲିଲା ଖଣ୍ଡା । ବ୍ରହ୍ମପୁର ସହରରେ ବୁଲିଲା ଖଣ୍ଡା । ଯାହାର ଭିଡିଓ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି । ଯୁବକ ଆହତ ଅବସ୍ଥାରେ ନିକସ୍ଥତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ବ୍ରହ୍ମପୁର ଡାଇମଣ୍ଡ ଟ୍ୟାଙ୍କ ରୋଡ ଶିଶୁ ମନ୍ଦିର ନିକଟରେ ଜଣେ ଯୁବକ ଛିଡା ହୋଇଥିଲେ । ଏହି ସମୟରେ ୨ ଜଣ ଯୁବକ ବାଇକରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରୁଥିବା ଭିଡିଓ ଦେଖିବାକୁ ମିଳିଛି । ଜୀବନ ବିକଳରେ ଯୁବକ ଜଣକ ସ୍କୁଲ ନିକଟକୁ ଦୌଡି ଆସୁଥିବାର ସ୍ପଷ୍ଟ ଭାବେ ଜଣାପଡିଛି । ତେବେ ଏବେ ଯାଏଁ କେଉଁ କାରଣ ନେଇ ଯୁବକଙ୍କୁ ଆକ୍ରମଣ ହୋଇଛି । ତାହା ଏବେ ଅସ୍ପଷ୍ଟ ରହିଛି । ସେପଟେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ବିହାର ଅଞ୍ଚଳର ଶଙ୍କର ମହାରଣା ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.