ଗାବା ୧୫।୧୨: ଗାବା ଗଡ଼ରେ ଅଷ୍ଟ୍ରେଲିଆର ପଲ୍ଲା ଭାରି । ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଜୋରଦାର ବ୍ୟାଟିଂ । ଫର୍ମକୁ ଫେରିଲେ ଷ୍ଟିଭ୍ ସ୍ମିଥ୍ । ବାକି ବୋଲରଙ୍କ ନିଦ ହଜାଇଦେଲେ ଟ୍ରାଭିସ୍ ହେଡ୍ । ବୁମ୍ରାଙ୍କୁ ଛାଡି କାମ ଦେଲାନି ଆଉ କୌଣସି ଭାରତୀୟ ବୋଲରଙ୍କ ତରିକା । ଯାହାର ପରିଣତି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୭ଓ୍ୱିକେଟ୍ ହରାଇ ୪୦୫ ରନ୍ର ସ୍କୋର କରିଛି । ସେପଟେ ଟିମ୍ ଇଣ୍ଡିଆ ପକ୍ଷରୁ ବୁମ୍ରା ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି ।
ଗାବା ଟେଷ୍ଟରେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲେ କଙ୍ଗାରୁ ବ୍ୟାଟର । ହେଲେ ପ୍ରଥମ ଦିନର ଖେଳ ହେବା ମାତ୍ର ବର୍ଷା ହୋଇଥିଲା । ମାତ୍ର ୧୩ ଓଭର ଖେଳ ହୋଇ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ୨ୟ ଦିନ ଖେଳ । ପ୍ରଥମ ସେସନର ଭାରତୀୟ ବୋଲର ୩ଟି ଓ୍ୱିକେଟ୍ ହାସଲ କରିଥିଲା । ହେଲେ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ଉଭୟ ନିଜ ନିଜର ଶତକ ହାସଲ କରିଥିଲେ । ଟ୍ରାଭିସ ହେଡ୍ ୧୬୦ ବଲ୍ରେ ୧୫୨ ରନ୍ର ପାରି ଖେଳିଥିବା ବେଳେ ୧୯୦ ବଲ୍ରେ ୧୦୧ ରନ୍ କରିଛନ୍ତି ସ୍ମିଥ୍ । ଉଭୟଙ୍କ ବୁମ୍ରା ନିଜ ଜାଲରେ ଫସାଇଥିଲେ । ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ବ୍ୟାଟର ୭ ଓ୍ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଛନ୍ତି ।
ସେପଟେ ଗାବା ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ବୋଲରଙ୍କ ପକ୍ଷରୁ ଜଶପ୍ରୀତ୍ ବୁମ୍ରା ସର୍ବାଧିକ ୫ଓ୍ୱିକେଟ୍ ନେଇଛନ୍ତି । ଏହାପରେ ମହମ୍ମଦ ସିରାଜ ଏବଂ ନୀତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଏମାନଙ୍କ ବ୍ୟତୀତ ଆଉ କୌଣସି ବୋଲର ଓ୍ୱିକେଟ୍ ନେଇପାରିନଥିଲେ । ଆକାଶ ଦୀପ ଏବଂ ରବିନ୍ଦ୍ର ଜାଡେଜାଙ୍କ ଖାତାକୁ କୌଣସି ଓ୍ୱିକେଟ୍ ଯାଇନାହିଁ ।