ପି.ଭି.ସିନ୍ଧୁଙ୍କର ହେଲା ନିର୍ବନ୍ଧ, ୨୨ ଡିସେମ୍ବରରେ କରିବେ ବିବାହ

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ ୧୪।୧୨: ଭାରତୀୟ ବ୍ୟାଡମିଣ୍ଟନର ଗୌରବ ପି.ଭି.ସିନ୍ଧୁ ଡିସେମ୍ବର ୨୨ ତାରିଖ ଦିନ ଉଦୟପୁରରେ ତାଙ୍କ ବୟଫ୍ରେଣ୍ଡ ଭେଙ୍କଟ ଦତ୍ତ ସାଇଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏଣୁ ବିବାହର ସପ୍ତାହକ ପୂର୍ବରୁ ସେମାନେ ୧୪ ଡିସେମ୍ବର ଶନିବାର ନିର୍ବନ୍ଧ କରିଥିବା ବେଳେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି। ପି.ଭି. ସିନ୍ଧୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଫଟୋରେ ନିଜେ ସିନ୍ଧୁ ଓ ତାଙ୍କ ଭାବି ପତି ଦେଖାଯାଉଛନ୍ତି। 

ଦୁଇଥରର ଅଲିମ୍ପିକ ପଦକ ବିଜେତା ପି.ଭି.ସିନ୍ଧୁ ଆଇଟି ପ୍ରଫେସନାଲ ଭେଙ୍କଟ ଦତ୍ତ ସାଇଙ୍କୁ ବିବାହ କରିବେ। ଡିସେମ୍ବର ୨୨ ତାରିଖରେ ସେମାନଙ୍କ ବିବାହ ଉତ୍ସବ ଉଦୟପୁରରେ ଅନୁଷ୍ଠିତ ହେବ ଓ ହାଇଦ୍ରାବାଦରେ ସେମାନଙ୍କର ଏକ ରିସେପସନ ହେବ। ଏ ସମ୍ପର୍କରେ ସିନ୍ଧୁଙ୍କ ପିତା ପି.ଭି ରମନ୍ନା କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଉଭୟ ପରିବାର ପରସ୍ପରକୁ ଜାଣିଥିଲେ। ତେବେ ବିବାହ ନିମନ୍ତେ ନଭେମ୍ବରରେ କଥାବାର୍ତ୍ତା ହୋଇଥିଲା। 

ଜାନୁୟାରୀରେ ସିଦ୍ଧୁଙ୍କ ସିଡ୍ୟୁଲ ବ୍ୟସ୍ତତାଭରା ରହିଛି। ଏଣୁ ତା ପୂର୍ବରୁ ଡିସେମ୍ବର ୨୨ ତାରିଖରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ତାଙ୍କ ପିତା କହିଛନ୍ତି। ବ୍ୟାଡମିଣ୍ଟନ ଖେଳାଳିଙ୍କ ଭାବି ପତି ଭେଙ୍କଟ ଦତ୍ତ ସାଇ ପୋସାଇଡକ୍ସ ଟେକ୍ନୋଲଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ଭେଙ୍କଟ ଫାଉଣ୍ଡେସନ ଅଫ ଲିବରାଲ ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେସନରୁ ଲିବରାଲ ଷ୍ଟଡିଜରେ ଡିପ୍ଲୋମା କରିଛନ୍ତି। ସେ ୨୦୧୮ ମସିହାରେ ଫ୍ଲେମ ୟୁନିଭର୍ସିଟି ବ୍ୟାଚଲର ଇନ ବିଜନେସ୍ ଆଡମିନେଷ୍ଟ୍ରେସନରୁ ବିବିଏ ଆକାଉଣ୍ଟିଂ ଓ ଫାଇନାନ୍ସ ଶେଷ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.