ଆଡିଲେଡରେ ପରେ ଗାବାରେ ଡିଏସ୍‌ପି ସାହେବଙ୍କ ତେବର, ଲାବୁସାନଙ୍କ ସହ ପୁଣି ହେଲେ ମୁହାଁମୁହିଁ

Published By : Prameya-News7 Bureau | December 15, 2024 IST

ମୁମ୍ବାଇ ୧୫।୧୨ : ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ । ଗୋଟିଏ ପଟେ ସିରିଜ୍‌କୁ ନେଇ ମାହୋଲ ସରଗରମ ଥିବା ବେଳେ ଆଉ ଗୋଟିଏ ପଟେ ମାର୍ନସ ଲାବୁସେନ୍‌ ଏବଂ ମହମ୍ମଦ ସିରାଜଙ୍କ ବିବାଦ ଗୋଟିଏ ପଟେ । ପ୍ରଥମେ ଆଡିଲେଡ୍‌ ଆଉ ଏବେ ଗାବାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମାର୍ନସ ଏବଂ ସିରାଜ । 

ବ୍ରିସବେନ୍‌ର ଗାବା ଗ୍ରାଉଣ୍ଡରେ ଖେଳାଯାଉଛି ବର୍ଡର-ଗାଭାସ୍କର ତୃତୀୟ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ବେଳେ  ବ୍ୟାଟିଂ କରୁଛି ଘରୋଇ ଅଷ୍ଟ୍ରେଲିଆ । କ୍ରିଜରେ ମାର୍ନସ ଲାବୁସେନ ଓ ସ୍ମିଥ ଥିଲେ । ଏହି ସମୟରେ ବୋଲିଂ ପାଇଁ ଆସିଥିଲେ ସିରାଜ । ଲାବୁସେନ ତାଙ୍କୁ ଚିଡାଉଥିବାର ଦେଖିବାକୁ ମିଳିଥିଲା । ସେପଟେ ଭାରତ ତୃତୀୟ ୱିକେଟ ଶିକାର ପାଇଁ ପ୍ଲାନିଂ କରୁଥିଲା । ୩୩ ତମ ଓଭର ଦ୍ବିତୀୟ ବଲ ପରେ ସିରାଜ ଷ୍ଟ୍ରାଇକର ଷ୍ଟମ୍ପ ଉପରେ ଥିବା  ୨ଟି ବେଲକୁ ବଦଳାଇ ଦେଇଥିଲେ । ଏହାପରେ ସିରାଜ ବୋଲିଂ ପାଇଁ ଆସିଥିଲେ । ହେଲେ ସେହି ସମୟରେ ଲାବୁସେନ ସିରାଜ ବଦଳାଇଥିବା ଷ୍ଟମ୍ପ ବେଲକୁ ପୂର୍ବ ପରି କରି ଦେଇଥିଲେ । ଆଉ ଏହାପରେ ସିରାଜଙ୍କୁ ଚିଡାଇଥିଲେ । ଏହାର ଠିକ ପରବର୍ତ୍ତୀ ବଲରେ ହିଁ  ଆଉଟ ହୋଇଥିଲେ ଲାବୁସେନ । ୧୨ ରନ କରି ନୀତିଶ କୁମାର ରେଡ୍ଡୀଙ୍କ ବଲର ଶିକାର ହୋଇଥିଲେ ସେ ।

ସେହିପରି ଆଡିଲେଡରେ ଖେଳା ଯାଉଥିବା ଦ୍ବିତୀୟ ଟେଷ୍ଟରେ ମାର୍ନସ ଲାବୁସେନ ଓ ସିରାଜ ଚର୍ଚ୍ଚାକୁ ଆସିଥିଲେ । ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ସନ ଲାବୁସେନଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା । ସିରାଜ ବୋଲିଂ କରିବାକୁ ଯିବା ସମୟରେ ଲାବୁସେନ ତାଙ୍କୁ ଅଟକିବାକୁ କହିଥିଲେ । ସିରାଜ ଅଟକି ଥିଲେ ମାତ୍ର ପୁଣି ରାଗି ଯାଇ ବଲ ଫୋପାଡିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

  • BCCI
  • Border-Gavaskar Trophy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.