ଗାବା ୧୫।୧୨ : ରିଷଭଙ୍କ ନାଁରେ ଆଉ ଏକ ରେକର୍ଡ । ଧୋନି-ଦ୍ରାବିଡଙ୍କ ପରେ ତୃତୀୟ ଓ୍ୱିକେଟ୍ କିପର ଭାବେ ରିଷଭ ପନ୍ଥ ଏହି କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି । ୪୧ଟି ମ୍ୟାଚ୍ ଖେଳି ୧୫୦ କ୍ୟାଚ ଧରିବାର ରେକର୍ଡ ନିଜ ନାଁରେ କରିଛନ୍ତି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ । ଏହି ସିରିଜ୍ରେ ତୃତୀୟ ମ୍ୟାଚ୍ ବ୍ରିସ୍ବେନ୍ ଗାବାରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆଉ ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ବର୍ଷା ଲାଗି ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳ ହୋଇଥିଲା । ଏହାପରେ ୨ୟ ଦିନରୁ ଆରମ୍ଭ ହୋଇଥିଲା ଖେଳ। ୧୬ ତମ ଓଭରରେ ବୋଲିଂ କରୁଥିଲେ ବୁମ୍ରା । ଏହି ଓଭରର ଏକ ବଲ୍ରେ ଅଷ୍ଟ୍ରେଲିଆ ଓପନର ଉସମାନ ଖ୍ୱାଜା ଆଉଟ ହୋଇଥିଲେ। ଯାହାର କ୍ୟାଚ ଧରିଥିଲେ ଓ୍ୱିକେଟ୍ କିପର ରିଷଭ ପନ୍ଥ । ତେବେ ଏହି କ୍ୟାଚ୍ ଧରିବା ସହ ରିଷଭ ପନ୍ଥ ନୂଆ ରେକର୍ଡ କରିଛନ୍ତି । ଟ୍ରେଷ୍ଟ କ୍ରିକେଟ୍ରେ ୧୫୦ କ୍ୟାଚ୍ ଧରିବାର ତୃତୀୟ ବ୍ୟାଟର ସାଜିଛନ୍ତି ।୨୦୧୮ରେ ଟେଷ୍ଟ କ୍ରିକେଟ୍ରେ ଡେବ୍ୟୁ କରିଥିବା ରିଷଭ ପନ୍ଥ ଏହି ଉପଲବ୍ଧି ହାସଲ ପାଇଁ ମାତ୍ର ୪୧ଟି ମ୍ୟାଚ୍ ଲାଗିଥିଲା । ଏହାବ୍ୟତୀତ ସେ ୧୫ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି । ରିଷଭଙ୍କ ଆଗକୁ ଦୁଇ ଜଣ ଭାରତୀୟ ବ୍ୟାଟର ରହିଛନ୍ତି । ମହେନ୍ଦ୍ର ସିଂହ ଧୋନି ୨୯୪ଟି ଶିକାର କରି ପ୍ରଥମ ସ୍ଥାନରେ ରହିଛନ୍ତି । ଧୋନି ୯୦ଟି ମ୍ୟାଚ୍ ଖେଳି ୨୫୬ଟି କ୍ୟାଚ୍ ଏବଂ ୩୮ଟି ଷ୍ଟମ୍ପିଂ କରିଛନ୍ତି । ଏହାପରେ ୨ୟ ସ୍ଥାନରେ ରହିଛନ୍ତି ରାହୁଲ ଦ୍ରାବିଡ । ସେ ଜଣେ ଫିଲ୍ଡର ଭାବେ ୨୧୦ କ୍ୟାଚ ଧରିଛନ୍ତି । ଏହାବ୍ୟତୀତ ଓ୍ୱିକେଟ୍ କିପର ହିସାବରେ ୧୯୮ଟି ଶିକାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଟସ୍ ଜିତି ବୋଲିଂ କରୁଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଯାଏଁ ଅଷ୍ଟ୍ରେଲିଆ ୮୩.୩ଟି ବଲ୍ ଖେଳି ୩୧୭ ରନ୍ କରିଛନ୍ତି । ବଦଳରେ ହରାଇଛି ୪ଟି ଓ୍ୱକେଟ୍ । ସେପଟେ ଭାରତ ପକ୍ଷରୁ ବୋଲିଂ ବୁମ୍ରା ୩ଟି ଓ୍ୱିକେଟ୍ ନେଇଥିବା ବେଳେ ନୀତିଶ ରେଡ୍ଡୀ ଗୋଟିଏ ଶିକାର କରିଛନ୍ତି ।