ନୂଆଦିଲ୍ଲୀ ୧୫।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି । ତାଙ୍କ ଦେଶର ସବୁଠାରୁ ଧନୀ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ । ସେ ପାକିସ୍ତାନ ପାଇଁ ୫୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସହିଦ ଆଫ୍ରିଦ ଅନେକ ସୋର୍ସରୁ ଟଙ୍କା ରୋଜଗାର କରନ୍ତି ।
ଏହାବ୍ୟତୀତ ସେ ପ୍ରତିମାସରେ ପେନସନ୍ ମଧ୍ୟ ପାଇଥା’ନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଅବସରପ୍ରାପ୍ତ ଖେଳାଳିଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରିଛି । ସମସ୍ତ ୩ଟି ବର୍ଗର ପେନସନ୍ ରାଶି ଭିନ୍ନ ହୋଇଥାଏ । ୧୦ କିମ୍ବା ତା’ଠାରୁ କମ୍ ଟେଷ୍ଟ ମ୍ୟାଚ୍ ଖେଳିଥିବା ପାକିସ୍ତାନୀ କ୍ରିକେଟର ମାନେ ମାସିକ ୧୪୨ ହଜାର ପାକିସ୍ତାନୀ ଟଙ୍କା, ଯାହା ଭାରତୀୟ ମୂଲ୍ୟରେ ୪୩ ହଜାର ଟଙ୍କା ସହ ସମାନ ।
ଏହାପରେ ୧୧-୨୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ପ୍ଲେୟରଙ୍କର ମାସିକ ପେନସନ ୧୪୮ ହଜାର ପାକିସ୍ତାନୀ ଟଙ୍କା। ଭାରତୀୟ ମୂଲ୍ୟରେ ଏହା ୪୫ ହଜାର ୧୨୧ ଟଙ୍କା । ଏହା ବ୍ୟତୀତ ୨୧ କିମ୍ବା ତାଠାରୁ ଅଧିକ ଟେଷ୍ଟ ଖେଳିଥିବା ପ୍ଲେୟର ମାସିକ ୧୫୪ ହଜାର ପାକିସ୍ତାନୀ ଟଙ୍କା ବା ୪୭ ହଜାର ଟଙ୍କା ପେନସନ ପାଇଥାନ୍ତି ।
ସାହିଦ ଆଫ୍ରିଦି ପାକିସ୍ତାନ ପାଇଁ ୨୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଆଉ ପାକିସ୍ତାନ କ୍ରିକେଟ ବୋର୍ଡ ଅନୁଯାୟୀ, ତାଙ୍କୁ ମାସିକ ୪୭ ହଜାର ଟଙ୍କା ପେନସନ ମିଳୁଛି । ଅନ୍ୟପଟରେ ପୂର୍ବତନ ଭାରତୀୟ ପ୍ଲେୟର ବିନୋଦ କାମ୍ବଲିଙ୍କୁ ପେନ୍ସନ୍ ଭାବରେ ପ୍ରତିମାସରେ ମିଳୁଛି ମାତ୍ର ୩୦ ହଜାର ଟଙ୍କା । ଯାହା ସାହିଦ ଆଫ୍ରିଦିଙ୍କଠାରୁ କମ୍ ।