ବିଶ୍ୱ କିଡ଼ନୀ ଦିବସ, ଆଇଏମଏସ ଓ ସମ୍ ଶୀତଳାପଲ୍ଲୀ ପକ୍ଷରୁ ସଚେତନ ଶୋଭାଯାତ୍ରା

Published By : Prameya-News7 Bureau | March 13, 2025 IST

ବ୍ରହ୍ମପୁର ୧୩।୦୨ : ବିଶ୍ୱ କିଡ଼ନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ଆଜିର ତାରିଖ ଅର୍ଥାତ୍(ମାର୍ଚ୍ଚ ୧୩)ରେ ଗୁରୁବାର ପଡୁଥିବାରୁ କିଡନୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଇଏମଏସ ଓ ସମ୍ ତୃତୀୟ ଶୀତଳାପଲ୍ଲୀ ପକ୍ଷରୁ ରୋଗର ନିରାକରଣ ନେଇ ବ୍ରହ୍ମପୁର ଠାରେ ସଚେତନ ଶୋଭାଯାତ୍ରା ହୋଇଯାଇଛି । 

ବ୍ରହ୍ମପୁର ବଡ଼ ମେଡିକାଲ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଯାଇଛି।   ଖାଦ୍ୟପେୟ, ଜୀବନୀଶୈଳୀ ଉପରେ ଯତ୍ନବାନ ହେଲେ କିଡ଼ନୀ ଭଳି ରୋଗ ଦୂରେଇ ହେବ ବୋଲି କହିଛନ୍ତି ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଡାକ୍ତର । ସମ୍ ଶୀତଳାପଲ୍ଲୀ ହସ୍ପିଟାଲରେ ଏହି ରୋଗର ଚିକିତ୍ସା ପାଇଁ ୧୫ ଶଯ୍ୟା ବିଶିଷ୍ଟ ଉପଲବ୍ଧ ଥିବା କହିଛନ୍ତି ହସ୍ପିଟାଲ କତୃପକ୍ଷ। ତେବେ ଏହି ସଚେତନ ଶୋଭାଯାତ୍ରାରେ ହସ୍ପିଟାଲର ବହୁ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.