ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବାର୍ଷିକରେ ଅଯୋଧ୍ୟା ଉତ୍ସବମୁଖର

Published By : Prameya-News7 Bureau | January 11, 2025 IST

ଅଯୋଧ୍ୟା ୧୧।୧: ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷଟିଏ ପୂରଣ  ହୋଇଛି। ଅଯୋଧ୍ୟା ସହିତ ସାରା ଦେଶରେ ଶ୍ରୀରାମ ମୂର୍ତ୍ତି  ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ପାଳନ ହେଉଛି। ଏଥି ପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ  କରାଯାଇଛି।   ୧୧ ଜାନୁୟାରୀ ଶନିବାର ଆରମ୍ଭ ହୋଇଥିବା ଏହି ଆୟୋଜନ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆୟୋଜନକାଳରେ ରାମ ଭକ୍ତ ମନ୍ଦିର ପହଞ୍ଚି ଏଥିରେ ସାମିଲ ହୋଇ ପାରିବେ। 

ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୨୦୨୪ ମସିହା ଜାନୁୟାରୀ ୨୨ ତାରିଖ ପୈଷମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅଯୋଧ୍ୟାରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ୨୦୨୫ ମସିହାରେ ଏହି ସଂଯୋଗ ୧୧ ଜାନୁୟାରୀରେ ପଡିଛି। ଏହି କାରଣରୁ ରାମ ମନ୍ଦିରର ପ୍ରଥମ ବାର୍ଷିକ ୧୧ ଜାନୁୟାରୀ ଶନିବାର ପାଳିତ ହେଉଛି। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଅବସରରେ ଖାସ ବ୍ୟବସ୍ଥା କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ସାଧାରଣ ଲୋକେ ବି ସାମଲ ହୋଇ ପାରିବେ। 

ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତରାୟ କହିଛନ୍ତି ଯେ ଟ୍ରଷ୍ଟ ଏଥର ସେହି ଲୋକଙ୍କୁ ବି ନିମନ୍ତ୍ରଣ କରିଛି ଯେଉଁମାନେ ଗତବର୍ଷ କୌଣସି କାରଣ ବସତଃ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପାରିନଥିଲେ। ମିଳୁଥିବା ସୂଚନା ଅନୁସାରେ ମନ୍ଦିରରେ ମଧ୍ୟାହ୍ନ ୨ଟାରୁ ରାମ କଥା ପ୍ରବଚନ ଆରମ୍ଭ ହେଉଛି। ଏହା ପରେ ରାମଚରିତ ମାନସ ଉପରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସବୁଦିନ ସକାଳେ ପ୍ରସାଦ ବିତରଣ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.