ମାର୍ଚ୍ଚ ମାସରେ ମିଳିପାରେ ଆୟୁଷ୍ମାନ କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ

Published By : Prameya-News7 Bureau | February 07, 2025 IST

ଭୁୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପାଇଁ ଗତ ମାସ ୧୩ ତାରିଖରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ଯୋଜନା ଲାଗୁ ହେଲେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ତଥା ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଚିକିତ୍ସା ଉପକୃତ ହେବେ । ତେବେ କେବେଠୁ ରାଜ୍ୟରେ ଲୋକଙ୍କୁ କାର୍ଡ ମିଳିବ ସେନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। 

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ କାର୍ଡ ପ୍ରିଣ୍ଟ ସହ ଆଇଟି ସଂଯୋଗୀକରଣ ଚାଲିଛି। ମାର୍ଚ୍ଚ ମାସ ଶେଷ ବେଳକୁ ଆୟୁଷ୍ମାନ କାର୍ଡ ମିଳିପାରେ। ପ୍ରାଥମିକ ଭାବରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ମିଳିବ।

ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ମିଳିପାରିବ। ଏଥିରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ରହିଛି । ଯୋଜନା ଜରିଆରେ ଦେଶର ୫୫କୋଟି ହିତାଧିକାରୀ ଉପକୃତ ହେବେ। ଏହାସହ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଏହି ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି । ଯୋଜନା ଲାଗୁ ପରେ ରାଜ୍ୟର ସାଢେ ୩କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.