ମହାକାର୍ତ୍ତିକରେ ଯୋଗୀବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର, ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | November 15, 2024 IST

ଆଠଗଡ ୧୫।୧୧; ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର  ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ଆଠଗଡ଼ର ବାବା ଧବଳେଶ୍ଵରଙ୍କ ପୀଠ ଶ୍ରଦ୍ଧାଳୁମାନେ ଭୋର ଉଠି ଡଙ୍ଗା ଭସାଇଛନ୍ତି । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ମହାନଦୀ ଘାଟରେ ଡଙ୍ଗା ଭଷାଣ କରିବା ସହ ବାବାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭଷାଣ କରି ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁ ଉଦଯାପନ କରିଥାନ୍ତି ବ୍ରତାଧାରୀ। 

ଧବଳେଶ୍ୱର ପୀଠରେ ରାତି ୩ଟାରୁ ସମସ୍ତ ପ୍ରକାରର ନୀତିକାନ୍ତି ସାରି ବାବାଙ୍କ ବେଶ କାରାଯାଇ ମଙ୍ଗଳ ଆଳତୀ କରାଯାଇଛି । ବଡ଼ି ଭୋରୁ ଶ୍ରଦ୍ଧାଳୁମାନେ ଆସି କଳିଙ୍ଗର ଐତିହ୍ୟକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି । ମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.