ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବାବର ଆଜମଙ୍କ ବଡ଼ ବୟାନ, କହିଲେ...

Published By : Prameya-News7 Bureau | August 26, 2023 IST

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀ ଭାରତ ବନାମ ପାକିସ୍ତାନ ମୁକାବିଲା ଦେଖିବାକୁ ଚାହିଁ ରହିଛନ୍ତି। ସେମାନଙ୍କର ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛନ୍ତି। ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେଉଥିବା ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ତେଣୁ ଦୁଇ ଦଳ ଝାଳବୁହା ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ନିକଟରେ ବିରାଟ କୋହଲି କହିଥିଲେ ଯେ, ଏହି ମ୍ୟାଚ୍‌ର ମାହୋଲ ଅନ୍ୟ ମୁକାବିଲାଠୁ ବହୁତ ଭିନ୍ନ ଏବଂ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ଅନ୍ୟପଟେ ବାବର ଆଜମ ମଧ୍ୟ ଏହି ମୁକାବିଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ମୁକାବିଲାକୁ ପୂରା ଦୁନିଆ ଚାହିଁ ରହିଥାଏ।

wp:heading {"level":4}

ଅଧିକ ପଢନ୍ତୁ- ବିରାଟ ନମ୍ବର ୪ ପାଇଁ ପରଫେକ୍ଚ ଖେଳାଳି, ଏହି ପୋଜିସନ୍‌ରେ ଖେଳିଲେ ଦଳ ପାଇଁ ଲାଭ ହେବ- ଡିଭିଲିୟର୍ସ

/wp:heading

ରାଜନୈତିକ ବିବାଦ କାରଣରୁ ଦୁଇ ଦଳ ମଧ୍ୟରେ ଦୀର୍ଘ ସମୟ ହେବ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳା ଯାଇ ନାହିଁ। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶ ପରସ୍ପରକୁ ଭେଟିଥାନ୍ତି। ଅଧିନାୟକ ବାବର ଆଜମ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ସର୍ବଦା ରାଇଭରେଲି ରହି ଆସିଛି। ପୂରା ଦୁନିଆ ଏହାକୁ ଦେଖିଥାଏ, ଉପଭୋଗ କରିଥାଏ। ଦୁଇ ଦଳ ମଧ୍ୟରେ ରୋମାଞ୍ଚକର କ୍ରିକେଟ୍ ଦେଖିବାକୁ ମିଳିଥାଏ।  ଏହି କାରଣରୁ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚ୍‌କୁ କଦାପି ହାତଛଡ଼ା କରନ୍ତି ନାହିଁ। ତେଣୁ ଆମେ ମ୍ୟାଚ୍‌ରେ ୧୦୦ ପ୍ରତିଶତ ଦେଇଥାଉ ଓ ପ୍ରତ୍ୟେକ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି ବୋଲି ପାକିସ୍ତାନ ଅଧିନାୟକ କହିଛନ୍ତି।

wp:embed {"url":"https://twitter.com/StarSportsIndia/status/1695401666026340549?s=20","type":"rich","providerNameSlug":"twitter","responsive":true}
https://twitter.com/StarSportsIndia/status/1695401666026340549?s=20
/wp:embed

ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହେଉଛି। ମୁଲତାନରେ ପାକିସ୍ତାନ ଓ ନେପାଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛି। ସେପ୍ଟେମ୍ବର ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅତି କମରେ ଦୁଇଟି ମ୍ୟାଚ୍ ଖେଳା ଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.