ହିରୋଇନ୍‌ଙ୍କ ଠାରୁ କମ୍‌ ନୁହନ୍ତି ଶାକିବ୍‌ଙ୍କ ବେଗମ୍‌, ଜାଣନ୍ତୁ କାହିଁକି ପତ୍ନୀଙ୍କ ପାଇଁ ବ୍ୟବସାୟୀଙ୍କୁ ପିଟିଥିଲେ ବାଂଲାଦେଶୀ ଅଧିନାୟକ

Published By : Prameya-News7 Bureau | October 19, 2023 IST

ନୂଆଦିଲ୍ଲୀ ୧୯।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୭ତମ ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚରେ ଭାରତ ନେତୃତ୍ଵ ରୋହିତ ନେଉଥିବା ବେଳେ ବାଂଲାଦେଶର ନେତୃତ୍ଵ ଶାକିବ ଅଲ ହସନ ନେବେ। ଶାକିବ ଗତ ଦେଢ ଦଶନ୍ଧି ଧରି ବାଂଲାଦେଶ କ୍ରିକେଟ୍ ପାଇଁ ଖେଳୁଛନ୍ତି। ସେ ଅନେକ ଥର ବାଂଲାଦେଶର ଅଧିନାୟକତ୍ୱ କରିଛନ୍ତି। ବିଶ୍ଵର ଯେକୌଣସି ବଡ ଦଳ ଆଗରେ ମୁଣ୍ଡ ନୁଆଁଇ ନାହାଁନ୍ତି, କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଆଗରେ ସେ ପ୍ରଣାମ କରନ୍ତି। ଏହି ବ୍ୟକ୍ତିର ନାମ ହେଉଛି ଉମି ଅହମ୍ମଦ ଶିଶିର। ଯାହାଙ୍କୁ ଶାକିବ ବହୁତ ଭଲ ପାଆନ୍ତି । ଶାକିବଙ୍କ ପତ୍ନୀ ମଧ୍ୟ କୌଣସି ପରୀ ଠାରୁ କମ୍‌ ନୁହନ୍ତି ।

Shakib al Hasan had once beaten-up businessman for his GORGEOUS wife Umme  Ahmed Shishir, know all about her – In Pics | News | Zee News

ଶାକିବଙ୍କ କ୍ରିକେଟ୍ କ୍ୟାରିୟର ଯେତିକି ଶାନଦାର। ପ୍ରେମ କାହାଣୀ ମଧ୍ୟ ବହୁତ ରୋମାଣ୍ଟିକ୍ । ଆସନ୍ତୁ ଆମେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କ କାହାଣୀ ବିଷୟରେ… ଶାକିବ ଅଲ ହସନଙ୍କ ପତ୍ନୀଙ୍କ ନାମ ଉମି ଅହମ୍ମଦ ଶିଶିର। ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଶାକିବଙ୍କ ପତ୍ନୀ ମଧ୍ୟ ପୂର୍ବରୁ ମଡେଲ ଥିଲେ। ଉମି ବାଂଲାଦେଶର ବାସିନ୍ଦା। କିନ୍ତୁ ସେ ବହୁ ବର୍ଷ ପୂର୍ବେ ଆମେରିକା ଶିଫ୍ଟ ହୋଇଯାଇଥିଲେ।

खूबसूरती में नामी एक्ट्रेस को टक्कर देने वाली शाकिब की वाइफ को भरोसा,  चैंपियन की तरह वापसी करेंगे हसन | Jansatta

ଶାକିବ ଏବଂ ଉମିଙ୍କ ପ୍ରଥମ ସାକ୍ଷାତ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଦୁଇ ଜଣଙ୍କର ପ୍ରଥମ ଦେଖା ସେତେବେଳେ ହୋଇଥିଲା । ଯେତେବେଳର କାଉଣ୍ଟି କ୍ରିକେଟ୍ ଖେଳିବାକୁ ଇଂଲଣ୍ଡ ଯାଇଥିଲେ । ସେଠାରେ ଉମି ମଧ୍ୟ ଛୁଟି କାଟିବା ପାଇଁ ଇଂଲଣ୍ଡରେ ଥିଲେ। ଏହି ଯାତ୍ରା ସମୟରେ ଶାକିବ ଉମିଙ୍କୁ ଭେଟିଥିଲେ ଏବଂ ପରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ।

Shakib al Hasan had once beaten-up businessman for his GORGEOUS wife Umme  Ahmed Shishir, know all about her – In Pics | News | Zee News

ଏହା ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ଶାକିବ ନିଜ ପତ୍ନୀଙ୍କୁ କେତେ ଭଲ ପାଆନ୍ତି । ଏହାର ଏକ ଉଦାହରଣ ମଧ୍ୟ ଅଛି । ୨୦୧୪ରେ ଭାରତ-ବାଂଲାଦେଶ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେହି ମ୍ୟାଚରେ ଶାକିବଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ମ୍ୟାଚ୍ ସମୟରେ କିଛି ବ୍ୟବସାୟୀ ଉମିଙ୍କ ସହ ଅସଦାଚରଣ କରିଥିଲେ। ଯେତେବେଳେ ଶାକିବ ଏ ବିଷୟରେ ସୂଚନା ପାଇଲେ। ସେ ଏତେ ରାଗିଗଲେ ଯେ ସେ ସଙ୍ଗେ ସଙ୍ଗେ ଯାଇ ବ୍ୟବସାୟୀଙ୍କୁ ବହୁତ ମାରିଥିଲେ। ଶାକିବଙ୍କ ବିବାହ ବର୍ତ୍ତମାନ ପ୍ରାୟ ୧୧ ବର୍ଷ ହେବ ଏବଂ ଦୁହେଁ ଏକାଠି ବହୁତ ଭଲ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।

wp:embed {"url":"https://www.prameyanews7.com/leo-starcast-fees/","type":"wp-embed","providerNameSlug":"prameya-news-7"}
https://www.prameyanews7.com/leo-starcast-fees/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.