ବୌଦ୍ଧ ତୀର୍ଥଯାତ୍ରୀଙ୍କୁ ଟୁରିଷ୍ଟ ଭିସା ଜାରି କରୁନି ବାଂଲାଦେଶ, ବୁକିଂ ବାତିଲ କରୁଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | September 30, 2024 IST

କୁଶୀନଗର ୩୦।୯: ବାଂଲାଦେଶ ଅଥରିଟି ଭାରତୀୟ ବୌଦ୍ଧ ସର୍କିଟର ତୀର୍ଥସ୍ଥଳ ଦର୍ଶନ ପୂଜନ ପାଇଁ ଆଗ୍ରହୀ ତୀର୍ଥ ଯାତ୍ରୀଙ୍କୁ ଟୁରିଷ୍ଟ ଭିସା ଦେଉ ନାହାନ୍ତି। ଖାସ ଏହି କାରଣରୁ ପ୍ରତିବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ବାଂଲାଦେଶରୁ ଆସୁଥିବା ବୌଦ୍ଧ ପର୍ଯ୍ୟଟକ ଦଳ ଏଥର କୁଶି ନିଗର ଆସି ପାରିବେ ନାହିଁ। ଭିସା ମିଳୁ ନଥିବାରୁ ପର୍ଯ୍ୟଟକ ଯାତ୍ରା ସ୍ଥଗିତ କରି ପ୍ରିବୁକିଂ ବାତିଲ କରିବା ଆରମ୍ଭ କରିଛନ୍ତି। 

ବାଂଲାଦେଶର ପର୍ଯ୍ୟଟକ ମୁଖ୍ୟତଃ ଗୌତମ ବୁଦ୍ଧଙ୍କ ମହାପରିନିର୍ବାଣ ସ୍ଥଳ କୁଶୀନଗର, ଜ୍ଞାନ ପ୍ରାପ୍ତି ସ୍ଥଳ ବୋଧଗୟା, ଉପଦେଶ ସ୍ଥଳ ସାରନାଥ ଓ ଜନ୍ମସ୍ଥଳ ଲୁମ୍ବିନୀ ଯାତ୍ରା କରିଥାନ୍ତି। ବୌଦ୍ଧ ପର୍ଯ୍ୟଟକଙ୍କ ତୀର୍ଥାଟନ ନିମନ୍ତେ ବାଂଲାଦେଶ ଚଟଗାଓଁର  ଶିବଲୀ ତୀର୍ଥ ତରଙ୍ଗା ଟୁର କମ୍ପାନୀ ଗ୍ରୁପ ଲିଡର କୁଶୀନଗରର ବିରଳା ଧର୍ମଶାଳାକୁ ୧୯ ଓ ୨୦ ନଭେମ୍ବର ଲାଗି ବୁକ୍ କରିଥିଲେ। ବାଂଲାଦେଶରୁ ଆସୁଥିବା ତୀର୍ଥ ଯାତ୍ରୀଙ୍କ ଏହା ସବୁଠୁ ବଡ଼ ଗ୍ରୁପ। 

ତେବେ ଗ୍ରୁପ ଲିଡର ଉଦୟନ ବରୁଆ ଧର୍ମଶାଳା ମ୍ୟାନେଜର ବୀରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ମେଲ ପଠାଇ ବୁକିଂ କ୍ୟାନସଲ କରିବା ପାଇଁ କହିଛନ୍ତି। ଏ ନେଇ ସେ ବାଂଲାଦେଶର ସମ୍ପର୍କିତ ପ୍ରାଧିକରଣ ଦ୍ୱାରା ଭାରତୀୟ ଟୁରିଷ୍ଟ ଭିସା ଜାରି କରୁନଥିବା କାରଣ ଜଣାଇଛନ୍ତି। ତ୍ରିପାଠୀଙ୍କ ଅନୁସାରେ ବାଂଲାଦେଶର ବୌଦ୍ଧ ଧର୍ମାବଲମ୍ବୀଙ୍କ ଏହି ଗ୍ରୁପ ଗତ ୨୦ ବର୍ଷ ହେଲା ପ୍ରତି ବର୍ଷ ଭାରତ ଆସୁଥିଲେ ଓ ସବୁ ବୌଦ୍ଧ ତୀର୍ଥସ୍ଥଳ ଭ୍ରମଣ କରୁଥିଲେ। 

କୁଶୀନଗର ଭିକ୍ଷୁ ସଂଘ ଅଧ୍ୟକ୍ଷ ଏ.ବି. ଜ୍ଞାନେଶ୍ୱର କହିଛନ୍ତି ଯେ ବାଂଲାଦେଶରେ ପାଖାପାଖି ୧୦ଲକ୍ଷ ବୌଦ୍ଧ ଧର୍ମ ଅନୁଗାମୀ ରହିଛନ୍ତି। ଏମାନେ ଥେରବାଦ ଶାଖାରୁ ଭାରତ ଭ୍ରମଣରେ ଆସିଥାନ୍ତି। ଥେରବାଦ ବୌଦ୍ଧ ଧର୍ମର ଏକ ପ୍ରାଚୀନ ଶାଖା। ଏହାର ଅଧାରୁ ଅଧିକ ଜନସଂଖ୍ୟା ଚଟଗାଓଁରେ ବସବାସ କରନ୍ତି। ସେଠାରେ ସେମାନେ ସଂଜ୍ଞାରେ ରାଖୀନ, ଚକମା, ମର୍ମା, ତନଚଙ୍ଗ୍ୟା, ଜୁମ୍ମା, ବରୁଆ ଓ ବିଶ୍ୱାସ ଆଦି ଲେଖନ୍ତି,  ବାକି ସମସ୍ତେ ବଙ୍ଗାଳୀ ବୌଦ୍ଧ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.