ମହିଳାଙ୍କ ବେକ କାଟି ଦୁର୍ବୃତ୍ତ ଫେରାର, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | June 21, 2024 IST

ବାସୁଦେବପୁର ୨୧।୬: ମହିଳାଙ୍କ ବେକ କାଟି ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲା ଦୁର୍ବୃତ୍ତ । ଗୁରୁତର ମହିଳାଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ଗାଁରେ ଘଟିଛି । ମୃତ ମହିଳା ସେହି ଗାଁର ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ସସ୍ମିତା ବେହେରା । 

ସୂଚନାଯୋଧଗ୍ୟ ଯେ, ଦୀର୍ଘ ଦିନ ଧରି ରବୀନ୍ଦ୍ର ବେଙ୍ଗାଲୁରୁରେ ରହି କାମ କରୁଥିବାରୁ ସସ୍ମିତା ଓ ତାଙ୍କ ଝିଅଙ୍କ ସହ ଶୁକଦେବପୁର ଠାରେ  ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ମା’-ଝିଅ ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମହିଳାଙ୍କ ଗଳାକାଟି ଦେଇଥିଲେ । ଫଳରେ ମହିଳା ଜଣଙ୍କ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇ ଆସଥିଲେ । ଦୁର୍ବୃତ୍ତ ଜଣକ ମହିଳାଙ୍କ ଘରେ ଥିବା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର, ଭଦ୍ରକ ପରେ କଟକ ମେଡିକାଲ ରେ ପରିବାର ଲୋକେ ଭର୍ତି କରିଥିଲେ । ଆଜି ମହିଳାଙ୍କ ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

ଦୀପାଳି ଦାସଙ୍କ ଇଭିଏମ୍ ଯାଞ୍ଚ ଆବେଦନକୁ ଗ୍ରହଣ କଲେ ECI, ଝାରସୁଗୁଡ଼ାରେ ୧୩ଟି ବୁଥ୍‌ରେ ହେବ ପୁନଃ ଯାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.