ଚୋରି ପରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 02, 2024 IST

Breaking_1

ଭୁବନେଶ୍ୱର ୦୨।୧୦ : ରାଜଧାନୀରେ ଚୋରି ପରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁଇ ଜଣ ଅଭିଯୁକ୍ତକୁ ବାନ୍ଧିଲା ମୈତ୍ରୀ ବିହାର ଥାନା ପୋଲିସ । ମଙ୍ଗଳବାର ରାତିରେ ଉଭୟଙ୍କୁ ଗିରଫ କରିଛି ପୋଲିସ । 

ଖବର ଅନୁଯାୟୀ, ଗତ ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଥିଲା ଏହି ଘଟଣା । ଚୋରୀ କରିବା ପାଇଁ କିଛି ଲୁଟେରା ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ପଶିଥିଲେ । ଘର ଆଲମିରା ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ହଠାତ୍‌ ଘରେ ଶୋଇଥିବା ମହିଳାଙ୍କ ନିଦ ଭାଙ୍ଗିଯାଇଥିଲା । ଏପିରିକି ପାଖରେ ଥିବା ଝିଅ ମଧ୍ୟ ନିଦରୁ ଉଠିଯାଇଥିଲା । ଲୁଟେରା ମାନେ ହଠାତ୍‌ ମା ଓ ଛୁଆଙ୍କୁ ଛୁରୀ ଦେଖାଇ ଲୁଟ୍‌ କରିଥିଲେ, ଏହାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଲୁଟେରାମାନେ ଦୁଇ ଘଣ୍ଟା ଧରି ମହିଳାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲା । ଯାହାଫଳରେ ମହିଳା ଜଣଙ୍କ ଅଚେତ ହୋଇଯାଇଥିଲା । ଯାହାର ସୁଯୋଗ ନେଇ ଲୁଟେରା ମାନେ ଚମ୍ପଟ ମାରିଥିଲେ । 

ସେପଟେ ଯେତେବେଳେ ମହିଳାଙ୍କ ସ୍ୱାମୀ ଘରକୁ ଫେରିଥିଲେ । ମହିଳା ଜଣଙ୍କ ପୁରା ଘଟଣା ସଂପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ଆଉ ସ୍ୱାମୀଙ୍କ ସହ ମହିଳା ଜଣଙ୍କ ଯାଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା କମିଶନରେଟ୍‌ ପୋଲିସ । ତୁରନ୍ତ ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ସେପଟେ ପୀଡିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଶେଷରେ ମୈତ୍ରୀ ବିହାର ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେ ଦିଗରେ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.