ଘରେ ପଶି ଲୁଟ୍ ଓ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ୩ ଅଭିଯୁକ୍ତ ଗିରଫ, ବାଲକୋନୀ କବାଟ ଖୋଲା ଦେଖି କରିଥିଲେ ଯୋଜନା

Published By : Prameya-News7 Bureau | October 02, 2024 IST

ଭୁବନେଶ୍ବର ୨।୧୦: ରାଜଧାନୀରେ ଘରେ ପଶି ଲୁଟ୍ ଓ ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏ ନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି । ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ଦୁଇ ଜଣ ଘର ଭିତରକୁ ଯାଇଥିଲେ, ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ଦୁଇ ଅଭିଯୁକ୍ତଙ୍କୁ ସହାୟତା କରିଛି । ଘଟଣା ପୂର୍ବ ଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ । ବାଲକୋନୀ କବାଟ ଖୋଲା ରହୁଥିବା ଦେଖି ଯୋଜନା କରିଥିଲେ ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଗତ ରବିବାର ବିଳମ୍ବିତ ରାତିରେ ଦୁଇ ଲୁଟେରା ବାଲକୋନୀ ପଟ ଦେଇ ଘରେ ପଶି ଲୁଟ୍ କରିବାକୁ ଆସିଥିବା ବେଳେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ପାଟି କରିବାକୁ ଚେଷ୍ଟା କରିବା ବେଳେ ଦୁଇ ବର୍ଷର ଝିଅ ଦେହରେ ଛୁରୀ ଲଗାଇ ଦେଇଥିଲେ ଲୁଟେରା । ଶେଷରେ ମହିଳା ନିଜ ଝିଅ ଜୀବନ ବଞ୍ଚାଇବାକୁ ଯାଇ କାକୁତିମିନତୀ ହେବା ସହ ଚୁପ୍ ରହିଥିଲେ । ଦୁଇ ଦୁର୍ବୃତ୍ତ ଜଣକ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ । ଏନେଇ ମହିଳା ଜଣକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଘଟଣା ବିଷୟରେ ଜାଣିବା ପରେ ଲୁଟେରାଙ୍କୁ ଧରିବା ପାଇଁ ମୈତ୍ରୀ ବିହାର ଥାନା ପୋଲିସ ଏବଂ ସ୍ପେଶଲ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ପୋଲିସ ୪୮ ଘଣ୍ଟା ମଧ୍ୟରେ ଦୁଇ ଜଣକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।


ସେପଟେ ଘଟଣାଟି NHRCଙ୍କ ପାଖରେ ପହଞ୍ଚିଥିବା ବେଳେ ବିଭିନ୍ନ ମହଲରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବା ସହ ପୀଡ଼ିତାଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି । ରାଜଧାନୀରେ ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପୋଲିସର ଅପରାଧୀଙ୍କ ପ୍ରତି ଜିରୋ ଟଲରେନ୍ସ ନୀତି ଉପରେ ଅନେକ ପ୍ରଶ୍ନ ଉଠିଛି ।

You Can Read:

ବିଜେଡି ଜନ ସଂପର୍କ ପଦଯାତ୍ରା : ନବୀନ କହିଲେ- ମୁଁ ସବୁବେଳେ ଆପଣଙ୍କ ସେବା କରିଆସିଛି ଏବଂ ଶେଷ ପର୍ଯ୍ୟନ୍ତ କରି ଚାଲିବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.