ନୂଆଦିଲ୍ଲୀ ୨୧।୧୦: ଏବେ ଆଇଫୋନ୍ ମାୟାରେ ପ୍ରାୟ ସମସ୍ତେ । ନୂଆ ଲଞ୍ଚ କରିଛି ଆଇଫୋନ୍-୧୫ । ଏହାକୁ କିଣିବାକୁ ଯୁବପିଢୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କ୍ରେଜ୍ । ଏହି ଆଇଫୋନ୍ ପ୍ରେମରେ ପଡିଛି ଜଣେ ଭିକାରୀ । ଆଉ ପହଞ୍ଚିଯାଇଛି ସୋରୁମ୍ରେ । ସେ ପୁଣି ଅପରିଷ୍କାର, ଅପରିଚ୍ଛନ୍ନ । ଦେଖୁନାହାନ୍ତି ଏହି ଭିଡିଓକୁ…
wp:html/wp:html
ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ହେଉଛି ଆଇଫୋନ । କିନ୍ତୁ ଏବେ ଏହାକୁ ସହଜରେ କିଣି ନେଇଛି ଜଣେ ଭିକାରି । ଦେଖି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ସୋଶିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି କି ଅପରିଷ୍କାର, ଅପରିଚ୍ଛନ୍ନ ଥିବା ଜଣେ ବ୍ୟକ୍ତି । ବେଶ ଭୂଷାରୁ ପୁରା ଭିକାରି ପରି ଲାଗୁଛି । ହାତରେ ଏକ ବସ୍ତା ଧରି ଅନେକ ଦୋକାନରେ ଏଣ୍ଟ୍ରି ପାଇଁ ଚେଷ୍ଠା କରୁଛି । କିନ୍ତୁ କୌଣସି ଦୋକାନରେ ବି ତାକୁ ଏଣ୍ଟ୍ରି ମିଳୁନି । କିନ୍ତୁ ଗୋଟିଏ ଷ୍ଟୋରରେ ଅନେକ ଚେଷ୍ଠା ପରେ ଭିକାରୀକୁ ମିଳିଯାଉଛି ଏଣ୍ଟ୍ରି ।
{"id":859742,"sizeSlug":"full","linkDestination":"none"}ହାତରେ ଥିବା ବସ୍ତାଟି ଖୁଚୁରା କଏନ୍ରେ ଭର୍ତ୍ତି ହୋଇ ରହିଛି । ସୋରୁମ୍କୁ ଯିବାକୁ ପରେ ସେ ତଳେ ଢାଳି ଦେଉଛନ୍ତି ବସ୍ତାରୁ କଏନ୍ । ଆଉ ଏହାକୁ ଗଣିବାରେ ଲାଗିଯାଉଛନ୍ତି ଦୋକାନୀଙ୍କ ସହ ଅନେକ ଲୋକ । ଆଉ ଖୁଚୁରା କଏନ୍ ଗଣି ଗଣି ହାଲିଆ ହୋଇ ଯାଉଛନ୍ତି ସମସ୍ତେ । ଏହାପରେ ଦୋକୀନୀ ଭିକାରୀକୁ ଦେଇ ଦେଉଛନ୍ତି ଆଇଫୋନ୍ । ଫୋନ୍ ଖୋଲିବା ପରେ ଦୋକାନ ମାଲିକ ଓ ଭିକାରୀ ଏକାଠି ଫଟୋ ଉଠାଉଛନ୍ତି । ଏହି ସବୁ ଘଟଣାକୁ ସେଠାରେ ବୁଲି ବୁଲି ଦେଖିଛନ୍ତି ସମସ୍ତେ । ଯାହାର ଭିଡିଓ ବର୍ତ୍ତମାନ ସୋଶିଆଲ୍ ମିଡିାରେ ବେଶ ଭାଇରାଲ ହେବାରେ ଲାଗିଛି । ଇଷ୍ଟାଗ୍ରାମରେ ଏକ୍ସପେରିମେଣ୍ଟ କିଙ୍ଗ ନାମକ ଏକ ଆଇଡିରୁ ଏହାକୁ ସେୟାର କରାଯାଉଛି ।
{"id":859743,"width":840,"height":504,"sizeSlug":"full","linkDestination":"none"}ଅକ୍ଟୋବର ୫ରେ ପ୍ରଥମେ ଭିଡିଓଟିକୁ ପୋଷ୍ଟ କରା ଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୧ ମିଲିଅନ୍ରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । ପାଖାପାଖି ୫ ଲକ୍ଷ ଲୋକ ଏହାକୁ ଲାଇକ କଲେଣି । କିଛି ୟୁଜର୍ସ ଏହି ଭିଡ଼ିଓକୁ ପ୍ରଶଂସା କରିଥିବା ବେଳେ ଆଉ କେତେ ଜଣ ଏହାକୁ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସେ ଦୋକାନୀକୁ ସମ୍ମାନ, ଯିଏ କି ତାଙ୍କୁ ଭିତରକୁ ଆସିବାକୁ ଦେଇଛି । ଆଉ ଜଣେ ୟୁଜର୍ସ ଆଇଫୋନର ମାର୍କେଟିଂ ଶୈଳୀକୁ ପ୍ରଂଶସା କରିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଭିକାରି ପାଇଁ ପୋଷାକ ଜରୁରୀ ନୁହେଁ, କିନ୍ତୁ ଆଇଫୋନ ନିତାନ୍ତ ଜରୁରୀ ।
You Can Read:
wp:embed {"url":"https://www.prameyanews7.com/how-israel-canine-unit-oketz-which-helped-save-200-lives/?_thumbnail_id=859736","type":"wp-embed","providerNameSlug":"prameya-news-7"} /wp:embed