ବେଙ୍ଗାଲୁରୁ: ଟେକ୍ନୋଲୋଜୀ ଦୁନିଆରେ କାମ କରୁଥିଲେ। ହେଲେ ଠକାମୀରେ ଶିକାର ହେଲେ। ଠକମାନେ ନିଜକୁ ଇଡି ଓ ଆୟକର ବିଭାଗର କହି ଗିରଫ ଭୟ ଦେଖାଇଲେ। ଆଉ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ୧୧ କୋଟି ଠକି ନେଲେ। କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ସଫ୍ଟ ୱୟାର ଇଞ୍ଜିନିୟର ଏଭଳି ସାଇବର ଅପରାଧର ଶିକାର ହୋଇଛନ୍ତି।
ବେଙ୍ଗାଲୁରୁ ପୁଲିସର ସୂଚନା ଅନୁସାରେ, ସଫ୍ଟଓୟାର ଇଞ୍ଜିନିୟର ବିଜୟ କୁମାର ବଜାରର ୫୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଏବଂ ଏହା ବଢ଼ି ୧୨ କୋଟି ଟଙ୍କା ହୋଇଛି। ତାହା ଜାଣିବା ପରେ ଅପରାଧିମାନେ ନିଜକୁ ଆୟକର ଓ ଇଡି ଅଧିକାରୀ ବୋଲି କହି ବିଜୟଙ୍କ ମନିଲଣ୍ଡରିଂ ମାମଲାର ଭୟ ଦେଖା ଦେଇଥିଲେ।
ଏହାପରେ ବିଜୟ କୁମାର ଭୟରେ ନିଜର ବ୍ୟକ୍ତିଗତ ସମ୍ପୂର୍ଣ୍ଣ ତଥ୍ୟ ଆଧାର, ପାନ ଏବଂ କେୱାସୀ ଆଦି ଅପରାଧୀମାନଙ୍କ ପାଖରେ ଶେୟାର କରିଥିଲେ। ଏହା ମାଧ୍ୟମରେ ଅପରାଧୀମାନେ ୯ଟି ବ୍ୟାଙ୍କରୁ ଧୀର ଧୀରେ ଟଙ୍କା ହଡ଼ପ କରିଥିଲେ। ପଚାରିବାରୁ କହିଥିଲେ ଏହା ସରକାରୀ ପ୍ରକ୍ରିୟା।
ଏହାପରେ ପୀଡ଼ତ ବିଜୟ ଠକାମୀର ଶିକାର ହୋଇଥିବା ଜାଣି ପାରିବା ପରେ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ବେଙ୍ଗାଲୁରୁ ସାଇବର ପୁଲିସ ମାମଲା ରୁଜୁ କରି ଅଲ୍ଲାହବାଦର ଏକ ସିଙ୍ଗଲ ଆଖାଉଣ୍ଟକୁ ଟ୍ରାସ୍ କରୁଥିଲା, ଯେଉଁ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେଉଥିଲା। ମାମଲାରେ ତଦନ୍ତ କରି ବେଙ୍ଗାଲୁରୁ ସାଇବର ପୁଲିସ ଗୁଜରାଟର ସୁରଟ ପର୍ଯ୍ୟନ୍ତ ପହଞ୍ଚିଥିଲା।
ସେଠାରେ ତଦନ୍ତ ପରେ ଜଣାପଡ଼ିଥିଲା ଯେ ଏହି ଟଙ୍କାରେ ଧବଲ ସାହ ନାମକ ଜଣେ ଅପରାଧୀ ସୁନା କିଣି ଦେଇଥିଲା। ତଦନ୍ତରୁ ଏହା ଜଣାପଡ଼ିଛି ଯେ ଶାହା ଦୁବାଇର ଜଣେ ଠକେଇକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥିଲା। ଏଥିପାଇଁ ତାଙ୍କୁ କମିଶନ ବି ମିଳିଥିଲା।
ଘଟଣାରେ ପୁଲିସର ତିନିଜଣ ଅଭିଯୁକ୍ତ ତରୁଣ ନାଟାନି, କରଣ, ଏବଂ ଧଭଲ ଶାହାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇଛି। ଆଇଟି ଆକ୍ଟ ଏବଂ ଭାରତୀୟ ନ୍ୟଯ ସଂହିତା (ବିଏନଏସ) ର ସମ୍ପୃକ୍ତ ବିଭାଗ ଅଧୀନରେ ଅଧିକ ବିନିଯୋଗ ଚାଲିଛି।