ମହିଳାଙ୍କୁ ୩୨ ଖଣ୍ଡ କରି ଫ୍ରିଜ୍‌ରେ ରଖିବା ଘଟଣା: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ସନ୍ଦେହ ଘେରରେ ଜଣେ ବ୍ୟକ୍ତି

Published By : Prameya-News7 Bureau | September 23, 2024 IST

India Today

ବେଙ୍ଗାଲୁରୁବେଙ୍ଗାଲୁରୁ ୨୯ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଚର୍ଚ୍ଚା ବିଷୟ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଘଟଣା ଅନୁସାରେ ଫ୍ରିଜରୁ ମହିଳାଙ୍କ ଶରୀର ୩୨ ଖଣ୍ଡ ମିଳିଥିଲା। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ସୂଚନା ଅନୁସାରେ ଘଟଣାସ୍ଥଳରେ ଫରେନସିକ ଟିମ, ଡ୍ରଗ ସ୍କ୍ବାର୍ଡ଼ ଏବଂ ଏଫଏସଏଲ ଟିମ୍ ତଦନ୍ତ କରୁଛନ୍ତି।

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ବେଙ୍ଗାଲୁରୁରେ ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବହୁ ତଥ୍ୟ ସଂଗ୍ରହ କରିଛି। ଯାହାର ଶରୀରର ଅଂଶ ତାଙ୍କ ଫ୍ରିଜରେ ମିଳିଥିଲା। ମନ୍ତ୍ରୀ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ପୋଲିସ ସନ୍ଦେହ କରୁଛି, କିନ୍ତୁ ତାଙ୍କ ଭୂମିକାକୁ ନିଶ୍ଚିତ କରିବା ପାଇଁ ଅଧିକ ପ୍ରମାଣ ଆବଶ୍ୟକ ବୋଲି ସେ କହିଛନ୍ତି। ପରମେଶ୍ୱର ଏଠାରେ ଗଣମାଧ୍ୟମକୁ କହିଛନ୍ତି, "ପୋଲିସ ବହୁ ତଥ୍ୟ ସଂଗ୍ରହ କରିଛି, ଅନେକ ସୋର୍ସ ମଧ୍ୟ ରହିଛି। ଜଣେ ବ୍ୟକ୍ତି ମଧ୍ୟ ସନ୍ଦେହ ଘେରରେ ଅଛନ୍ତି। ଯେପର୍ଯ୍ୟନ୍ତ ଆମେ ଅଧିକ ତଥ୍ୟ ସଂଗ୍ରହ କରୁନାହୁଁ, ଆମେ ସଠିକ୍‌ ଦିଗରେ ଜାଣିବା କଷ୍ଟକର ହେବ। 

ମହିଳାଙ୍କ ସୁରକ୍ଷାକୁ ବଢାଇବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, "ବେଙ୍ଗାଲୁରୁରେ ମହିଳାଙ୍କ ସୁରକ୍ଷା ପାଇଁ ଆମେ ଅନେକ କିଛି କରିସାରିଛୁ। ଡିସିର ଖେଳୁଥିବା ସ୍ଲାସ୍ ଡାଇଭ୍ ବନ୍ତୱାଲ ଯୁବକଙ୍କ ହୃଦୟ ଜିତିଛି ଆମେ ସମସ୍ତ ସତର୍କତା ଅବଲମ୍ବନ କରିଛୁ। ଯେଉଁଠାରେ ଅନେକ ମହିଳା ଯାଆନ୍ତି ସେହି ସ୍ଥାନରେ ସିସିଟିଭି। ଶନିବାର ଦିନ ବେଙ୍ଗାଲୁରୁର ଭାୟାଲକାଭାଲର ବିନୟାକ ନାଗରସ୍ଥିତ ତାଙ୍କ ଘରର ରେଫ୍ରିଜରେଟରରେ ଜଣେ 29 ବର୍ଷୀୟା ମହିଳାଙ୍କୁ ହତ୍ୟା କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନରୁ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ଫଳରେ ଘରର ତାଲା ଭାଙ୍ଗି ଘର ଭିତରକୁ ଯିବା ଦ୍ବାରା ହତ୍ୟା ବିଷୟରେ ଜଣାପଡ଼ିଥିଲା। ମୃତ ମହିଳା ଅନ୍ୟ ରାଜ୍ୟର ଥିଲେ, କିନ୍ତୁ ସେ ନିଜ ପରିବାର ସହ ବେଙ୍ଗାଲୁରୁରେ ରହୁଥିଲେ। ମହିଳା ୩ମାସ ପୂର୍ବରୁ ହିଁ ଏହି ସ୍ଥାନରେ ଭଡ଼ାରେ ରହିବାକୁ ଆସିଥିଲେ। ମୃତକଙ୍କ ଘର ଲୋକ ଆସିବା ପରେ ହତ୍ୟା ବିଷୟରେ ଜଣାପଡ଼ିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.